ଓଡିଶାରାଜନୀତି

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ ଜିଏସଟି ପରିଷଦର ସଦସ୍ୟ

ଭୁବନେଶ୍ବର: ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍ସିଲ ଗଠନ କରାଯାଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ । ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି । ଜିଏସଟି କାଉନସିଲରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ସଦସ୍ୟ ଭାବେ ସାମିଲ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ କନକ ବର୍ଦ୍ଧନ ସିଂହଦେଓଙ୍କୁ ଜିଏସଟି କାଉନସିଲ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଖବରମୁତାବକ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏହି ଜିଏସଟି ପରିଷଦର ଆବାହକ ଥିବାବେଳେ, ହରିୟାଣା ଅର୍ଥମନ୍ତ୍ରୀ ଜୟପ୍ରକାଶ ପଟେଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶ ମାରଲେନା, ଆସାମ ଅର୍ଥମନ୍ତ୍ରୀ ଅଜନ୍ତା ନିଓଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ପାୟଭଲୁ କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଥାଙ୍ଗମ ଥେନାରସୁ ମଧ୍ୟ ପରିଷଦର ସଦସ୍ୟ ଅଛନ୍ତି ।

Related posts

 ୨୧ରେ ଖୋଲିବ ସ୍କୁଲ, ବାଦ ପଡିପାରେ ୭ଜିଲ୍ଲା

mahabharatanews

କବାଟ ଭାଙ୍ଗି ଲୁଟିନେଲେ

mahabharatanews

କରୋନା: ଚୀନ ଗବେଷକଙ୍କୁ ଗୁଳିକରି ହତ୍ୟା

mahabharatanews