ଓଡିଶା

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ

ପୁରୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ । ରୋଷ ଘରେ ଥିବା ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଚୁରମାରକରି ଦେଇଛନ୍ତି । କିଏ ଏପରି କରିଛି ଓ କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି ତାହା ଏବେ ବି ଅସ୍ପଷ୍ଟ । ଏପରିକି ଥାଳି ସୁଆର ଓ ତୁଣୁ ସୁଆରଙ୍କ ୨ଟି ଚୁଲି ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହାସହ କୋଠ ଭୋଗ ଚୁଲି ୨ଟି, ସାତପୁରୀ ଚୁଲଲି ୧୦ ରୁ ୧୨ଟ, ପିଠାଆଡର ୧୫, କାଠ ଭୋଗ ଚୁଲି ଦୁଇଟି ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ଏଭଳି କାଣ୍ଡ ଗତକାଲି ବଡସିଂହାର ଭୋଗପରେ କରିଥିବା ଅନନୁମାନ କରାଯାଇଛି । ଏହି ସବୁ ଚୁଲିରେ ମହପ୍ରଭୁଙ୍କ ଲାଗି ଖେଚୁଡି କାନିକା ପ୍ରସ୍ତୁତି ହୁଏ । ହେଲେ ଏପରି କରିବା ଦ୍ୱାର ଶ୍ରୀମନ୍ଦିର ନୀତି କାନ୍ତୀରେ ବିଳମ୍ବ ହୋଇଛି ।

ତେବେ ଏହି ମାମଲାରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦୋଷୀକୁ କଡା ଦଣ୍ଡ ଦିଆଯିବ ବୋଲି ପଶାସନ ତରଫରୁ ସୂଚନା ଦେଇଛନ୍ତି । ସେପଟେ ପୋଲିସ ମଧ୍ୟ ଏ ନେଇ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷେ ଶ୍ରୀମନ୍ଦିର ସୁରକ୍ଷାକୁ ଅଧିକ କାଡାକଡି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Related posts

ବରୀ କଂଗ୍ରେସ ତରଫରୁ ଥାନାରେ ଏଥଲା

mahabharatanews

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୁଲିସ ,୨ ଅଭିଯୁକ୍ତ ଗିରଫ

mahabharatanews

ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ

mahabharatanews

Leave a Comment