(ହୀରାକୁଦ) : ହୀରାକୁଦରେ ଅଚାନକ ବ୍ୟାପୁଛି ଡାଇରିଆ । ତେବେ ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୯ ଜଣ ଗୁରୁତର ଆକ୍ରନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ହୀରାକୁଦ ମେଡିକାଲରେ ଅନେକଙ୍କର ଚିକିତ୍ସା ଜାରି ରହିଛି ।
ସୂଚନାନୁଯାୟୀ , ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗ୍ରାଉଣ୍ତ ସ୍ଥିତିରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିବେ । ସେହିପରି ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜଲସ୍ୱାସ୍ଥ୍ୟ ADMO । ହୀରାକୁଦ ସହରର ନ୍ୟୁ ମାର୍କେଟ୍ କଲୋନି, ମାଛପଡ଼ା, ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା, କାଲୋପଡ଼ା ଅଞ୍ଚଳରେ ଛାଡାବାନ୍ତି ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେବେ ଦୂଷିତ ପାନୀୟ ଜଳ ପାଇଁ ଡାଇରିଆ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଏହାସହ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଡୋର ଟୁ ଡୋର ବୁଲି ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦେଉଛି ।