ଭାରତ

‘ପୁଷ୍ପକ’ର ସଫଳ ଅବତରଣ

(ଆନ୍ଧ୍ରପ୍ରଦେଶ) :  ଶୁକ୍ରବାର ଏହା କର୍ଣ୍ଣାଟକର ଚିତ୍ରଦୁର୍ଗା ନିକଟସ୍ଥ ଚଲାକେରେସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ‘ପୁଷ୍ପକ’ ନାମକ ଏହାର ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲର ଅବତରଣ ଅଭିଯାନକୁ ସଫଳତାର ସହ ସମ୍ପାଦନ କରିଛି। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ଏ ସମ୍ପର୍କରେ ମହାକାଶ ସଂଗଠନ ଏକ୍ସରେ ସୂଚନା ମିଳିଛି ।

ସୂଚନାନୁଯାୟୀ , ପୁଷ୍ପକକୁ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟର ଯୋଗେ ଉଠାଇ ୪.୫ କିଲୋମିଟର ଉଚ୍ଚତାରୁ ଛାଡ଼ି ଦିଆଯାଇଥିଲା। ରନୱେଠାରୁ ୪ କିଲୋମିଟର ଦୂରରେ ଛାଡ଼ିଦେବା ପରେ ପୁଷ୍ପକ କ୍ରସ୍-ରେଞ୍ଜ ସଂଶୋଧନ ସହ ଆପେ ଆପେ ରନ୍‌ୱେ ନିକଟରେ ପହଞ୍ଚିଥିଲା। ଏହା ଠିକ୍ ରନ୍‌ୱେରେ ଅବତରଣ କରିଥିଲା ଏବଂ ଏହାର ବ୍ରେକ୍ ପାରାସୁଟ୍, ଲ୍ୟାଣ୍ଡିଂ ଗିଅର୍ ବ୍ରେକ୍ ଏବଂ ନୋଜ୍ ହ୍ୱିଲ୍ ଷ୍ଟିୟରିଂ ସିଷ୍ଟମ୍ ବ୍ୟବହାର କରି ଅଟକିଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Related posts

୨୪ ଘଣ୍ଟାରେ ଦେଶରୁ ୧,୨୭୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ରାସ୍ତାରେ ଦୁର୍ଘଟଣା; ଗାଡି ଚାଳକଙ୍କ ଉପରେ କଡା ନଜର ରଖନ୍ତୁ

mahabharatanews

ନିର୍ବାଚନ ଲଢ଼ିବେ ଲାଲୁ ଯାଦବଙ୍କ ଦୁଇ ଝିଅ 

mahabharatanews