ଓଡିଶା

୨୪ ଯାଏଁ ପ୍ରବଳ ଗରମ ସହ ଗୁଳୁଗୁଳି

(ଭୁବନେଶ୍ୱର) :  ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ । ଶନିବାର ଦିନ ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରି ରେକର୍ଡ ହୋଇଛି।

Background for a hot summer or heat wave, orange sky with with bright sun and thermometer

ସୂଚନାନୁଯାୟୀ , ଝାରସୁଗୁଡ଼ାରେ ୪୨.୬ ଡିଗ୍ରି, ସମ୍ବଲପୁରରେ ୪୧.୮ ଡିଗ୍ରି, ନୂଆପଡ଼ାରେ ୪୧.୪ ଡିଗ୍ରି ଓ ସୋନପୁରରେ ୪୧.୩ ଡିଗ୍ରି ରେକର୍ଡ ହୋଇଛି। ଅତ୍ୟଧିକ ଦିନ ତାପମାତ୍ରା ଓ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ୨୪ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ହେବ। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ଜାରି ରହିବ। ଆସନ୍ତାକାଲି ଭୁବନେଶ୍ବରରେ ଅଳ୍ପ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

 

 

 

Related posts

ହିଞ୍ଜିଳି: ମହିଳାଙ୍କ ସଫଳତାର କାହାଣୀ

mahabharatanews

 ଘନ କୁହୁଡ଼ି : ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି

mahabharatanews

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

mahabharatanews