ମନୋରଞ୍ଜନ

‘ଆଦିପୁରୁଷ’କୁ କଟାକ୍ଷ ‘ହିନ୍ଦୁଙ୍କ ଭିତରେ ଏକତା ଦେଖି ପାରୁନାହିଁ’:ଶକ୍ତିମାନ

(ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନା ନେଉନି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ଓ ରାଜନେତାମାନେ ସିନେମାରେ ବ୍ୟବହୃତ ସଂଳାପକୁ ନେଇ ବିରୋଧ କରିଛନ୍ତି। ମହାଭାରତରେ ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ମୁଖେଶ ଖନ୍ନା ବି ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ମୁକେଶ ଖନ୍ନା କହିଛନ୍ତି, ‘ମୁଁ ଆଦିପୁରୁଷ ସିନେମା ଦେଖିନାହିଁ। କି ଦେଖିବା ଜରୁରୀ ଭାବୁନାହିଁ। କିଛି ଜିନିଷ ଏମିତି ଥାଏ କି ଯାହାକୁ ନେଇ ଏତେ ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ କି ତାହାକୁ ଦେଖିବା ନଦେଖିବା ସହିତ ସମାନ । ମୁଁ ଏମିତି ଖରାପ ସିନେମା ଦେଖିବା ପାଇଁ ଚାହେଁ ନାହିଁ। ନିକଟରେ  ନସିରୁଦ୍ଦିନ ଶାହଙ୍କ ଏକ ପ୍ରତିକ୍ରିୟା ଦେଇ କହିଥିଲେ କି,  ମୁସଲମାନଙ୍କ ବିରୋଧରେ ଘୃଣା ଭାବ ସୃଷ୍ଟି ପାଇଁ ଏପରି ଏଜେଣ୍ଡା ପ୍ରସ୍ତୁତ କରାଯାଉଛି । ଏହା ପଛରେ ଶାସକ ଦଳର ହାତ ରହୁଛି। ସମାଜରେ ମୁସଲମାନଙ୍କ ପ୍ରତି ଘୃଣା ଭାବ ଏବେ ଏକ ପ୍ରକାର ଫ୍ୟାସନରେ ପରିଣତ ହୋଇଗଲାଣି। ମୁସଲମାନ ସୁରକ୍ଷିତ ନୁହନ୍ତି। ’ ଏହାକୁ ନେଇ ମୁଁ କହିବି ଏଠାରେ ଶହେ କୋଟିରୁ ଅଧିକ ହିନ୍ଦୁ ଥିଲେ ବି ସେମାନେ ସୁରକ୍ଷିତ ନୁହନ୍ତି। ସୁରକ୍ଷା ପାଇଁ ହିନ୍ଦୁଙ୍କ ଭିତରେ ଏକତା ଆବଶ୍ୟକ ରହିଛି। ମୋ ଦୃଷ୍ଟିରେ ମୁଁ ଏହି ଏକତା ଦେଖି ପାରୁନାହିଁ।’

Related posts

ମିସ୍ ୟୁନିଭର୍ସ ୨୦୨୨ ଆର୍ ବୋନୀ ଗେବ୍ରିଏଲ୍

mahabharatanews

ଓଟିଟିରେ ଫିଲ୍ମ ‘ଗୁଣ୍ଟୁର କାରମ’

mahabharatanews

ପ୍ରଥମ ଥର ଏକାଠି ନଜର ଆସିବେ ଆର୍ଯ୍ୟନ-ଶାହରୁଖ

mahabharatanews