(ମୁମ୍ବାଇ) : ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।
ସୂଚନାନୁଯାୟୀ , ଆଡଭାନ୍ସ ବୁକିଂରୁ ଭାରତରେ ଫିଲ୍ମଟି ୧କୋଟି ଟଙ୍କା ଆୟ କରିଛି। ଓପନିଂ ଡେ’ ପାଇଁ ଏପର୍ଯ୍ୟନ୍ତ ୧କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ବେଳେ ଏବେ ଆହୁରି ବଢ଼ିବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲର ଦେଖିବା ପରେ ଏହାକୁ ପ୍ରେକ୍ଷାଳୟରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
