ନ୍ୟାସନାଲ୍ ପ୍ରେସ୍ ଡେ। ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ, ନ୍ୟାସନାଲ ପ୍ରେସ ଡେ ଭାବରେ ପାଳନ କରାଯାଇ ଥାଏ । ଗତକାଲି ଦେବଗଡ଼ ଜିଲ୍ଲାରେ ମଧ୍ୟ, ଏହି ସ୍ବତନ୍ତ୍ର ଦିନକୁ ପାଳନ କରାଯାଇଛି। ଦେବଗଡ଼ର ସର୍କିଟ ହାଉସ ଠାରେ ଦିନ ୧୨ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ “ପ୍ରେସ ଡେ” ଅନୁଷ୍ଟିତ ହୋଇଥିଲା। ମଞ୍ଚାସିନ ଅତିଥି ବିଧାୟକ ରୋମଞ୍ଚଳ ରଞ୍ଜନ ବିଶ୍ବାଳ, ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ, ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ବରିଷ୍ଟ ସାମ୍ୱାଦିକ ମିତ୍ରଭାନୁ ମହାପାତ୍ର, ପୃଥିବୀ ପଟ୍ଟନାୟକ, ଅଶୋକ ନନ୍ଦ ଏବଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ। ସମ୍ବିଧାନର ଚତୁର୍ଥ ସ୍ତମ୍ବ କହୁଯାଉଥିବା ସାମ୍ବାଦିକମାନଙ୍କ ସୁରକ୍ଷାକୁ ନେଇ, ଏଠାରେ ଆଲୋଚନା କରାଯାଇଥିଲା । ଏବଂ ଭାରତ ବର୍ଷରେ ୧୪ଟି ରାଜ୍ୟରେ ସମ୍ବାଦିକଙ୍କୁ ପେନସନ୍ ରହିଥିବା ବେଳେ, ଓଡ଼ିଶାରେ ମଧ୍ୟ ସାମ୍ୱାଦିକମାନଙ୍କୁ ପେନସନରେ ସାମିଲ କରାଯାଉ ବୋଲି ବରିଷ୍ଟ ସାମ୍ୱାଦିକ ମାନେ ମତ ରଖିଥିଲେ।

