ଭୁବନେଶ୍ୱର: ଯାଜପୁର ଗରମ । ଭାବୁଛନ୍ତି କେଉଁଠି ନିଆଁ ଲାଗି ଯାଇଛି କି ତାପମାତ୍ରା ବୃଦ୍ଧି ଘଟିଛି! ନାଁ ସେମିତି କିଛି ହୋଇନାହିଁ । ରାଜ୍ୟରେ ତାପମାତ୍ରା ୪୧ ଛୁଇଁଥିବା ବେଳେ କାଳ ବୈଶାଖୀ ଯୋଗୁଁ ବର୍ଷା ହୋଇ ତାପମାତ୍ରା ହ୍ରାସ ପାଇଛି, ଲୋକେ କେତେକାଂଶରେ ଆଶ୍ୱସ୍ତି ଅନୁଭବ କରୁଛନ୍ତି । କିନ୍ତୁ ଯାଜପୁର ଜିଲ୍ଲା ତଥା ଯାଜପୁର ବ୍ଲକରେ କରୋନାକୁ ନେଇ ବହୁଛି ଗରମ ହାୱା । ପ୍ରାରମ୍ଭିକ ପର୍ଯ୍ୟାୟରେ ୨ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ସାବଧାନତା ସହ ବଡଚଣା, ଦଶରଥପୁରକୁ କ୍ୱାଣ୍ଟେନମେଣ୍ଟ ଜୋନ ଘୋଷଣା କରିଦେଇଥିଲେ । ଏହା ପରେ ଆଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିନ ଥିଲା । ପ୍ରଶାସନ ଆଶ୍ୱସ୍ତ ହୋଇଥିଲା । କିନ୍ତୁ ହଠାତ୍ ଏହି ସଂଖ୍ୟା ମାତ୍ର ୩ ଦିନରେ ବୃଦ୍ଧି ଘଟି ଏହା ୧୨ ଦିନରେ ପହଁଚିଛି । ଗତକାଲି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳା ଓ ୨ଜଣ ପୁରୁଷ ଚିହ୍ନଟ ହୋଇଥିଲେ । ଯାଜପୁରରୁ ଚିହ୍ନଟଙ୍କ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ଥିଲେ । ଏହି ମହିଳାଙ୍କ ମଧ୍ୟରେ ଥିବା ୭୦ ଓ ୮୦ ବର୍ଷୀୟ ମହିଳା ରହିଛନ୍ତି, ଯାହାଙ୍କ ପ।।ଇଁ ଏହି ସଂକ୍ରମଣ ଜୀବନ ମରଣ ସମସ୍ୟା ହୋଇପାରେ । କାରଣ ଦେଖା ଦେଇଛି ସାଧାରଣତଃ ବୟସ୍କ ଲୋକଙ୍କ କରୋନାରେ ମୃତ୍ୟୁ ଅଧିକ ରହିଛି ।
ଏହା ବ୍ୟତୀତ, ଯାଜପୁର ଜିଲ୍ଲାର ଦଶରଥପୁରରୁ ଚିହ୍ନଟ ୩୮ ବର୍ଷୀୟ ରାଜ୍ୟର ୮୩ ନମ୍ବର ସଂକ୍ରମିତଙ୍କ ଯାତ୍ରା ଇତିହାସ ଜିଲ୍ଲାର ଚିନ୍ତା ବଢାଇଛି । ସେ ମାର୍ଚ୍ଚ ୩୦ ତାରିଖରେ ହାଓ୍ୱଡ଼ାର ଗଙ୍ଗା ଘାଟରୁ ଅନ୍ୟ ୧୧ ଜଣଙ୍କ ସହ ଓଡ଼ିଶାକୁ ଫେରିଥିଲେ । ୩ ଜଣ ଯାତ୍ରୀ ଭଦ୍ରକରେ ଓହ୍ଲାଇଥିଲେ, ଅନ୍ୟ ୮ ଜଣ ଯାଜପୁର ଟାଉନରେ ଓହ୍ଲାଇଥିଲେ । ଏହାର ଅର୍ଥ ଯେଉଁ ୮ ଜଣ ଯାଜପୁରରେ ଓହ୍ଲାଇଥିଲେ ସେମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇଥିଲେ ସ୍ଥିତି କଣ ହେବ? ଏହାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି । ଭିତରେ ଭୟ । କିଏ କେତେବେଳେ କରୋନା ଭୂତାଣୁରେ ଚିହ୍ନଟ ହେବା ତାକୁ ନେଇ କିଛି କହିହେଉନାହିଁ । ଏହି ତାତି ଭିତରେ ପ୍ରଶାସନ, ସ୍ଥାନୀୟ ବିଧାୟକଙ୍କ ଆଖିରୁ ନିଦ ହଜି ଯାଇଛି । ଏକ ସମ୍ଭାବ୍ୟ ଅଘଟଣ ଆଶଙ୍କାରେ ସମସ୍ତେ ଆତଙ୍କିତ ।