ବ୍ୟୁରୋ: ଡିଜେ ବାଜିବା ପଡିଲା ମହଙ୍ଗା । ଏଥିପାଇଁ ଚାଲିଗଲା ଜୀବନ । ଡିଜେ ବାଣ ରେସଣୀରେ ତ ବିବାହ ର ମଜା ଥାଏ କିନ୍ତୁ ଏଠି ଡିଜେ ନେଇଗଲା ଜୀବନ ।ଏ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜଫରନଗରରେ । ସୂଚନା ଅନୁସାରେ , ବର କନ୍ୟାପକ୍ଷ ଉପରେ ଗୁଳି ଚଳାଇବା ପରେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । । ଉତ୍ତରପ୍ରଦେଶର ମୁଜଫରନଗରରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହାର ଭିଡିଓରେ ଜଣେ ଯୁବକ କିଛି ଲୋକଙ୍କ ଉପରେ ଗୁଳି ଚଳାଉଛନ୍ତି । ଗୁଳି ଚଳାଉଥିବା ଏହି ବ୍ୟକ୍ତି ଆଉ କେହି ନୁହନ୍ତୁ ସେଠାରେ ବିବାହ କରିବାକୁ ଆସିଥିବା ବର । ବିବାହର ଠିକ୍ ଗୋଟିଏ ଦିନ ପୂର୍ବରୁ ଡିଜେକୁ ନେଇ ବିବାଦ ପରେ ଶଶ୍ୱର ଘର ଉପରେ ଗୁଳି ଚଳାଇଥିଲେ ଯୁବକ ।
ଏହି ଗୁଳିମାଡରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ତେବେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶାହପୁର ଥାନା ଅଞ୍ଚଳର ବସିକଲା ଗାଁରେ ଇସ୍ତେକାରଙ୍କ ବିବାହ ଗାଁର ଅଫଜଲଙ୍କ ଝିଅ ସହ ଅନୁଷ୍ଠିତ ହେଉଥିଲା । ରବିବାର ଗାଁ ପାଖରେ ଥିବା ମଣ୍ଡପକୁ ବରଯାତ୍ରୀ ଆସିବାରଥିଲା । ତେବେ ଶନିବାର ରାତିରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ବିବାଦ ହୋଇଥିଲା । ଯେତେବେଳେ ଡିଜେ ଗୀତରେ ଉଭୟ ପକ୍ଷ ନାଚୁଥିଲେ ସେତେବେଳେ ଉଭୟ ପକ୍ଷ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।
ତେବେ ପରେ ଏହା ଶାନ୍ତ ପଡିଥିଲେ ବି ପରଦିନ ବରଯାତ୍ରୀ ବାହାରିବେ ବେଳେ ଉଭୟ ପକ୍ଷ ସାମ୍ନାସାମ୍ନି ହୋଇଥିଲେ । ଉଭୟ ପକ୍ଷ ପଥର ଫୋପାଡିଥିଲେ । ଇସ୍ତେକାର ଏହି ସମୟରେ ନିଜ ଘରର ଛାତ ଉପରୁ ଗୁଳି ଚଳାଇଥିଲେ । ଗୁଳିମାଡରେ ଜାଫର ଆହାତ ହୋଇଥିଲେ । ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସମସ୍ତେ ଚକିତ ଏମିତି ବି ହୋଇପାରେ । ଡିଜେ ବି କାରଣ ହୋଇପାରେ ମୃତ୍ୟୁର କାରଣ ।