ଦେଶ ବିଦେଶରାଜନୀତି

ଜୁନ୍ ୩ ତାରିଖରେ ଶପଥ ନେବେ ଡି.କେ ଶିବକୁମାର

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆସନ୍ତୁ ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୩ ତାରିଖରେ ଶିବକୁମାର କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ବେଙ୍ଗାଲୁରୁର ଲୋକଭବନ ଗ୍ଲାସ ହାଉସରେ ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଗୁରୁବାର ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ରାଜ୍ୟପାଳ ଗେହଲଟ୍ ଲୋକଭବନରେ ନଥିବା କାରଣରୁ ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ସଚିବଙ୍କୁ ଦେଇ ଆସିଥିଲେ । ରାଜ୍ୟପାଳ ଲୋକଭବନକୁ ଫେରିବା ଇସ୍ତଫାକୁ ଗ୍ରହଣ କରିଛନ୍ତି । ଏହା ସହିତ ରାଜ୍ୟ ମନ୍ତ୍ରୀ ପରିଷଦକୁ ଭଙ୍ଗ ଘୋଷଣା କରିଛନ୍ତି ।

ତେବେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ରାଜ୍ୟପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରରେ କ୍ଷମତା ପରିବର୍ତ୍ତନ ନେଇ ଏବେ ନୂଆଦିଲ୍ଲୀରେ ମାନସମନ୍ଥନ ଚାଲିଛି । ଏଥିପାଇଁ ଶିବକୁମାର ନୂଆଦିଲ୍ଲୀରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି । ଶିବକୁମାରଙ୍କ ନେତୃତ୍ବରେ ରାଜ୍ୟରେ ଗଠନ ହେବାକୁ ଯାଉଥିବା ନୂଆ ସରକାରରେ କିଏ କେଉଁ ମନ୍ତ୍ରୀ ରହିବେ ତାହା ନୂଆଦିଲ୍ଲୀରେ ଚୂଡାନ୍ତ ହୋଇଛି । ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀତ୍ୱରେ କର୍ଣ୍ଣାଟକରେ କଂଗ୍ରେସ ଶାସନର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ନେଇ କର୍ମୀଙ୍କ ମଧ୍ୟ ଉତ୍ସାହ ଭରି ରହିଛି ।

Related posts

ପୁଣି ବଢିଲା ଏଲପିଜି ସିଲିଣ୍ଡରର ମୂଲ୍ୟ…

mahabharatanews

ମୋନାକୋରେ ଡାଇମଣ୍ଡ ଲିଗରେ ତୃତୀୟ ସ୍ଥାନ ଅଧିକାର କରି ଇତିହାସ ସୃଷ୍ଟି କରିଛନ୍ତି ସର୍ବେଶ ଅନିଲ କୁଶାରେ

mahabharatanews

ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ

mahabharatanews