ଓଡିଶା

ସତରେ କ’ଣ ପରୀକୁୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତା’ର ବାପାମାଆ ?

ନୟାଗଡ : ସାରା ରାଜ୍ୟରେ ପରୀ ହତ୍ୟାକାଣ୍ଡକୁ ନେଇ ଚାଲିଛି ଅନେକ ଆଲୋଚନା ଓ ସମାଲୋଚନା । ୫ ବର୍ଷର ଶିଶୁକନ୍ୟା ପରୀକୁ ନ୍ୟାୟ ଦେବା ପାଇଁ ଚାଲିଛି ବିତର୍କ, ବିଚାର ବିମର୍ଷ ଓ ରାଜନୈତିକ ଛକାପଞ୍ଜା । ବିଜେଡି ପରୀକୁ ନ୍ୟାୟ ଦେବାକୁ ତଦନ୍ତକୁ ସଠିକ ଦିଗରେ ଆଗେଇ ନେଉଥିବା କହୁଥିବା ବେଳେ ବିଜେପି କିନ୍ତୁ ସିବିଆଇ ତଦନ୍ତ ଦାବି କରୁଛି ଆଉ କଂଗ୍ରେସରେ ପରୀ ହତ୍ୟା ଘଟଣାକୁ ନେଇ ଦଳ ମଧ୍ୟରେ ଦେଖା ଦେଇଛି ଫାଟ । କୁନି ଝିଅଟିର ବାପା ମା’ ନ୍ୟାୟ ପାଇଁ କରୁଛନ୍ତି ବିଳାପ । ଶାସକ ଦଳର ତଦନ୍ତରେ ସନ୍ତୁଷ୍ଟ ହୋଇ ପାରୁ ନାହାନ୍ତି । ସେମାନେ ମଧ୍ୟ ବିଜେପି ସ୍ୱରରେ ସ୍ୱର ମିଳେଇ ସିବିଆଇ ତଦନ୍ତରେ ଅଡି ବସିଛନ୍ତି । ଏପରି ସମୟରେ କିନ୍ତୁ ପରୀ ବାପା ମା’ଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେମାନେ ତୃତୀୟ ବ୍ୟକ୍ତି ଜଣକ ସହ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳୁଛି । ତାଙ୍କ କଥାବାର୍ତ୍ତା, ରଙ୍ଗ ଢଙ୍ଗରୁ ସେମାନଙ୍କଠାରେ କୌଣସି ଦୁଃଖ ଦେଖିବାକୁ ମିଳୁନାହିଁ । ବରଂ ଆତ୍ମାହୁତୀ ଉଦ୍ୟମକୁ ସେମାନେ ଲୀଳା କହିବା ଶୁଣିବାକୁ ମିଳୁଛି । ଏହି ଭିଡିଓ ଦେଖିବା ପରେ ଏବେ ପରୀ ବାପା ମା’ ସନ୍ଦେହ ଘେରକୁ ଆସିଛନ୍ତି ।
୨୦୨୦ ଜୁନ ମାସରେ ନୟାଗଡ, ଯଦୁପୁରର ୫ବର୍ଷର ଶିଶୁ କନ୍ୟା ପରୀକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ୪ ମାସ ପରେ ବିଧାନସଭା ଆଗରେ ତାର ପିତା, ମାତାଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପରେ ପରୀକୁ ନ୍ୟାୟ ଦେବା ପାଇଁ ଜୋର ଧରିଥିଲା ରାଜନୀତି । ପରୀକୁୁ ନ୍ୟାୟ ଦେବା ପାଇଁ ଆଜି ପର୍ଯ୍ୟନ୍ତ ବିଜେପି ସିବିଆଇ ତଦନ୍ତ ଦାବି ନେଇ ଆନ୍ଦୋଳନ କରୁଛି ।

Related posts

୬୫ ବର୍ଷ ବୟସରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ବନମାଳୀ ବାରିକଙ୍କ ପରଲୋକ

mahabharatanews

ଘନ କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ; ଆଖିବୁଜିଲେ ଜଣେ ପ୍ରସୂତି

mahabharatanews