Uncategorized

ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ନାହିଁ: ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତରେ ଖୁବ ଶୀଘ୍ର ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ଆଶାର ସଂଚାର ହୋଇଥିବା ବେଳେ ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଡାକ୍ତର ଭରେଶ ଡେଢିଆ କହିଛନ୍ତି, ଟୀକା ସମ୍ପୂର୍ଣ୍ଣ ସଂକ୍ରମଣ ରୋକିବା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ ମାସ୍କ ବ୍ୟବହାର , ସାମାଜିକ ଦୂରତା, ନିୟମିତ ହାତ ସଫା କରିବା ପରି କୋଭିଡ କଟକଣାକୁ ମାନି ଚଳିବାକୁ ହେବ ।
କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଆମକୁ ୬ ମାସରୁ ୧ ବର୍ଷ ଅପେକ୍ଷା କରିବାକୁ ହେବ । ସେପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ବାହାରେ ବୁଲାବୁଲି ଆଦିରୁ ଦୂରେଇ ରହିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି।

Related posts

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧନା

mahabharatanews

ସେପ୍ଟେମ୍ବର ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ

mahabharatanews

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

mahabharatanews