ଓଡିଶା

ଆସନ୍ତାକାଲିଠୁ ଘ‌ରୋଇ ବସ୍ ଚଳାଚଳ ବନ୍ଦ

(ଭୁବନେଶ୍ୱର) : ଆସନ୍ତାକାଲିଠୁ ରାଜ୍ୟରେ ଘ‌ରୋଇ ବସ୍ ଚଳାଚଳ ବନ୍ଦ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାରେ ଘରୋଇ ବସ୍ ମାଲିକଙ୍କ ବସ୍‌ଗୁଡିକୁ ସାମିଲ କରିବାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ରହିଥିବା ବିବାଦ ତୁଟିନାହିଁ। ଆଲୋଚନାର କୌଣସି ସୁଫଳ ନ ମିଳିବାରୁ ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ସମଗ୍ର ରାଜ୍ୟରେ ଘ‌ରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂଚନାନୁଯାୟୀ , ଆଜି ସଂଘର ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବସ୍‌ ବନ୍ଦ ରହିବ ବୋଲି ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତ ଅକ୍ଟୋବର୍‌ ୨ ତାରିଖ ଦିନ ଏହି ସମାନ ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲା (ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର)ରେ ବସ୍ ଚଳାଚଳ ବନ୍ଦ ରଖାଯାଇଥିଲା।

Related posts

 ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

mahabharatanews

ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews