Uncategorized

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

(ଜୟନ୍ତ କୁମାର ସେଠୀ / ଗୋପ) ; ଖଲ୍ଲିକୋଟ ବଜାର ନିବାସୀ ଶ୍ରୀ ସକଳେଶ୍ବର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ବିଣ୍ଟାଲ ଚନ୍ଦନ କାଠ ଦାନ କରିଛନ୍ତି । ନିଜ ଘର ବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ । ସେ ତାଙ୍କ ପିତା ଶ୍ରୀ ଆର୍ତ୍ତତାଣ ରଥ ଏବଂ ସପରିବାର ସହ ଆସି ଏହି କାଠକୁ ଦାନ କରିଛନ୍ତି । ଏଥିରେ ଉକ୍ତ ଗଛର ଗଣ୍ତି ଅଂଶର ୧୭ ଖଣ୍ତ, ଶାଖା ୨୨, ମୂଳ ୯ ଖଣ୍ତ ଏବଂ କାଟିବା ବେଳେ ବାହାରିଥିବା ୩ କିଲୋଗ୍ରାମ ଛେଲି ରହିଛି । ସରକାରୀ ନିୟମ ଅନୁଯାୟୀ ଗଛ କାଟି ଆବଶ୍ୟକୀୟ ମାପଚୁପ କରାଯାଇଛି । ଖଲ୍ଲିକୋଟ ବନଖଣ୍ତ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ପୂର୍ବରୁ ଶ୍ରୀ ରଥ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚନ୍ଦନ ଚାରା ବଣ୍ଟନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ରାଜସ୍ବ ଉପ ପ୍ରଶାସକ ଶ୍ରୀ ସୁବ୍ରତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

ଅ।ଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

mahabharatanews

ଭୟଙ୍କର ଦୁର୍ଘଟଣା : ୪ ମୃତ, ୬ ଗୁରୁତର

mahabharatanews

ସାମନ୍ଥାଙ୍କ ସହ ରୋମାନ୍ସ କରିବେ ଜୁନିଅର ଏନ୍ଟିଅ।ର

mahabharatanews