ଓଡିଶା

ଭିମସାରକୁ ମିଳିଛି ସ୍ଥାୟୀ ନିର୍ଦ୍ଦେଶକ

ବୁର୍ଲା: ଦୀର୍ଘ ଅପେକ୍ଷା ପରେ ବୁର୍ଲା ଭିମସାରକୁ ମିଳିଛି ସ୍ଥାୟୀ ନିର୍ଦ୍ଦେଶକ । ଭୀମଭୋଈ ମେଡ଼ିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଲଳିତ ମେହେର ଭିମସାର ନିର୍ଦ୍ଦେଶ ଭାବେ ପଦରେ ଯୋଗଦେଇଛନ୍ତି । ପ୍ରଥମ ଦିନରେ ପ୍ରଫେସର ଡାକ୍ତର ମେହେର କହିଥିଲେ ଏହି ପଦବୀରେ ଆସିନ୍ନ ହୋଇ ସେ ଗର୍ବ ଅନୁଭବ କରୁଛନ୍ତି । କାରଣ, ଏକଦା ସେ ଏହି ଅନୁଷ୍ଠାନରୁ ଅଧ୍ୟୟନ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ ସମୟରେ ସେ ତାଙ୍କ ମା ବାପାଙ୍କ ଆଶୀର୍ବାଦକୁ ମନେ ପକାଇଥିଲେ । ସେ ଆହୁରି କହିଥିଲେ, ସେ କେବେ ବି ଭାବିନଥିଲେ କି ଯେଉଁ ଅନୁଷ୍ଠାନରେ ଅଧ୍ୟୟନ କରୁଥିଲି ସେଠାର ମୁଖ୍ୟ ଭାବରେ ଯୋଗଦେବି ।
ଡ. ମେହେର କହିଛନ୍ତି, ସର୍ବପ୍ରଥମେ ଭିମସାରର ଖାଲି ପଦବୀ ପୂରଣ ପାଇଁ ଚେଷ୍ଟିତ ରହିବି ଏବଂ ବହୁଦିନ ଧରି ଅଟକି ରହିଥିବା ବରିଷ୍ଠ ଡ଼ାକ୍ତରଙ୍କ ପଦୋନ୍ନତିକୁ ପ୍ରାଧାନ୍ୟ ଦେବି । ସମସ୍ତ ବିଧି ବ୍ୟବସ୍ଥା ଶୃଙ୍ଖଳିତ ଢଙ୍ଗରେ ସମ୍ପାଦନ କରିବେ ବୋଲି ସେ କହିଥିଲେ ।

Related posts

ବସ ଟ୍ରକ ମୁହାଁ ମୁହିଁ ଧକ୍କା: ତିନି ଗୁରୁତର

mahabharatanews

ଉତରାୟଣ କାଇଟ୍ ଫେଷ୍ଟିଭାଲ ଅନୁଷ୍ଠିତ

mahabharatanews

ଆଖି ବୁଜିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ 

mahabharatanews