ଖେଳ

ବିନା ଦର୍ଶକଙ୍କରେ ଆୟୋଜନ ହୋଇପାରେ ଆଇପିଏଲ

ନୂଆଦିଲ୍ଲୀ: ଆମେ ଆଇପିଏଲ ଆୟୋଜନ କରିବା ଲାଗି ପ୍ରସ୍ତୁତ ଅଛୁ ଏବଂ ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ଆୟୋଜନର ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ କାମ କରୁଛୁ। ଦରକାର ପଡ଼ିଲେ ଖାଲି ଷ୍ଟାଡିୟମରେ ଅର୍ଥାତ ବିନା ଦର୍ଶକଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇପାରେ। ଖେଳାଳି, ପ୍ରସାରକ, ପ୍ରାୟୋଜକ ଏବଂ ଅନ୍ୟ ସମସ୍ତ ଅଂଶୀଦାର ଆଇପିଏଲକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଅନେକ ଭାରତୀୟ ଏବଂ ବିଦେଶୀ ଖେଳାଳି ଚଳିତବର୍ଷ ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମେ ଆଶାବାଦୀ ଅଛୁ ଏବଂ ବିସିସିଆଇ ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି । ଗାଙ୍ଗୁଲିଙ୍କ ଏହି ମନ୍ତବ୍ୟ ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ନେଇ ଆଶା ଉଜ୍ଜ୍ଵଳ ହୋଇଛି। କରୋନା ଭୂତାଣୁ ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ସ୍ଥଗିତ କରିଦିଆଯାଇଥିବା ବିଶ୍ବର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲ ଦର୍ଶକଙ୍କ ଅନୁପସ୍ଥିତିରେ ଆୟୋଜନ କରାଯାଇପାରେ ।

Related posts

ରାଷ୍ଟ୍ରପତିଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପୂର୍ବତନ କ୍ୟାପଟେନ୍ ରୋହିତ ଶର୍ମା ।

mahabharatanews

୪୨ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ସିଟ

mahabharatanews

ଲିଜେଣ୍ଡାରୀ କ୍ରିକେଟର କପିଲ ଦେବଙ୍କୁ ଭବ୍ୟ ସ୍ଵାଗତ

mahabharatanews