ସମ୍ବଲପୁର: ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ? କେମିତି ଭାଇରାଲ ହେଲା ଭାଇରାଲ ହେଲା ଅପରେସନ ଗ୍ୟାଲେରୀର ଭିଡିଓ । ହୀରାକୁଦ ଡ୍ୟାମରେ ଉଡିଛି ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଅପରେସନ ଗ୍ୟାଲେରୀର ଭିଡିଓ । ଏହା ସହ ଗତକାଲି ଗେଟ୍ ଖୋଲିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଏବେ ହୀରାକୁଦ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ହୀରାକୁଦରେ ସୁରକ୍ଷା କର୍ମୀ ୨୪ ଘଣ୍ଟା ମୁତୟନ ଥିଲେ ମଧ୍ୟ ଡ୍ରୋନ ଉଡିବାକୁ କିପରି ଚିହ୍ନଟ କରିପାରିଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ । ସେପଟେ ଏହାକୁ ନେଇ ଡ୍ୟାମର ମୁଖ୍ୟ ଯନ୍ତ୍ରୀ କହିଛନ୍ତି, ଏଭଳି ଘଟଣା ଘଟିବା କଥା ନୁହେଁ । କିଏ ଭିଡିଓ ଭାଇରାଲ କରିଛି ଓ ଡ୍ରୋନ୍ ଦୃଶ୍ୟ କିଏ ଉଠାଇଛି ତାହା ଜଣାନପଡିଥିଲେ ମଧ୍ୟ ଏନେଇ ତଦନ୍ତରୁ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ।
previous post
next post