Uncategorized

ବିଷଧର ସାପ ସହ ଖେଳିଲା ନିଶାଡ଼ି, ରାଗରେ ଚୋଟ ପକାଇଲା ନାଗ

ମଦ ନିଶାରେ ଚୁର୍ ହୋଇ ବିଷଧର ସାପ ସହ ଖେଳିବା ମହଙ୍ଗା ପଡ଼ିଲା । ଯୁବକଙ୍କୁ ଚୋଟ ପକାଇଲା ସାପ । ତେବେ ସବୁଠୁ ବଡ଼ କଥା ହେଲେ ବିଷଧର ହୋଇଥିଲେ ସୁଦ୍ଧା ସାପଟି କିଛି ନକରି ନିଜ ରାସ୍ତାରେ ଚାଲିଯାଉଥିଲା । ହେଲେ ଯୁବକ ଜଣକ ଏମିତି ନିଶାରେ ଥିଲେ ଯେ, ସେ ତାଙ୍କର ହିତାହିତ ଜ୍ଞାନ ହରାଇ ବସିଥିଲେ । ଫଳରେ ତାଙ୍କୁ ସର୍ପ ଦଶଂନର ଶିକାର ହେବାକୁ ପଡ଼ିଛି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ।

ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏକ କଲେଜ ପରିସରରେ ସାପକୁ ଦେଖି ତାକୁ ଧରିଥିଲେ । ସାପଟି ନିକଟରେ ଥିବା ବୁଦାକୁ ପଳାଇବାକୁ ଚେଷ୍ଟା କରୁଥିଲା । ମାତ୍ର ବ୍ୟକ୍ତି ଜଣକ ତାକୁ ଯିବାକୁ ଦେଇନଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କୁ ସେଥିରୁ ନିବୃତ୍ତ ରହିବା ପାଇଁ ବାରମ୍ବାର କରିଥିଲେ । ହେଲେ କାହାର ବାରଣ ତାଙ୍କ କାନକୁ ଶୁଭୁନଥିଲା ।

ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଅସାବଧାନତା ସହ ସାପ ସହ ଖେଳିଥିଲେ । କିଛି ସମୟ ପରେ ସାପଟି ବ୍ୟକ୍ତି ତାଙ୍କୁ ଦଂଶନ କରିଥିଲା । ତେବେ ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Related posts

କୋରନା ପାଇଁ ବିଭକ୍ତ ହେବ ଦେଶ

mahabharatanews

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

mahabharatanews

 ବଜାରକୁ ଆସିବ ଭାରତର କରୋନା ଟିକା କୋଭାକ୍ସିନ

mahabharatanews