Uncategorized

ବିଷଧର ସାପ ସହ ଖେଳିଲା ନିଶାଡ଼ି, ରାଗରେ ଚୋଟ ପକାଇଲା ନାଗ

ମଦ ନିଶାରେ ଚୁର୍ ହୋଇ ବିଷଧର ସାପ ସହ ଖେଳିବା ମହଙ୍ଗା ପଡ଼ିଲା । ଯୁବକଙ୍କୁ ଚୋଟ ପକାଇଲା ସାପ । ତେବେ ସବୁଠୁ ବଡ଼ କଥା ହେଲେ ବିଷଧର ହୋଇଥିଲେ ସୁଦ୍ଧା ସାପଟି କିଛି ନକରି ନିଜ ରାସ୍ତାରେ ଚାଲିଯାଉଥିଲା । ହେଲେ ଯୁବକ ଜଣକ ଏମିତି ନିଶାରେ ଥିଲେ ଯେ, ସେ ତାଙ୍କର ହିତାହିତ ଜ୍ଞାନ ହରାଇ ବସିଥିଲେ । ଫଳରେ ତାଙ୍କୁ ସର୍ପ ଦଶଂନର ଶିକାର ହେବାକୁ ପଡ଼ିଛି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ।

ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏକ କଲେଜ ପରିସରରେ ସାପକୁ ଦେଖି ତାକୁ ଧରିଥିଲେ । ସାପଟି ନିକଟରେ ଥିବା ବୁଦାକୁ ପଳାଇବାକୁ ଚେଷ୍ଟା କରୁଥିଲା । ମାତ୍ର ବ୍ୟକ୍ତି ଜଣକ ତାକୁ ଯିବାକୁ ଦେଇନଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କୁ ସେଥିରୁ ନିବୃତ୍ତ ରହିବା ପାଇଁ ବାରମ୍ବାର କରିଥିଲେ । ହେଲେ କାହାର ବାରଣ ତାଙ୍କ କାନକୁ ଶୁଭୁନଥିଲା ।

ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଅସାବଧାନତା ସହ ସାପ ସହ ଖେଳିଥିଲେ । କିଛି ସମୟ ପରେ ସାପଟି ବ୍ୟକ୍ତି ତାଙ୍କୁ ଦଂଶନ କରିଥିଲା । ତେବେ ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Related posts

 ମହରମ୍‌ ଶୋଭାଯାତ୍ରା: ବିଜୁଳି ଆଘାତରେ ୪ ମୃତ 

mahabharatanews

୨ ବହୁତଳ ଅଟ୍ଟାଳିକା ଧ୍ୱଂସ

mahabharatanews

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଉଦ୍ଧାର ବେଳେ ଭୁଶୁଡିଗଲା କୋଠା, ୧୪ ଗୁରୁତର ଆହତ, ୩୫ ଦମକଳ ନିୟୋଜିତ

mahabharatanews