Uncategorized

ରିୟା ଏନସିବି ସମ୍ମୁଖରେ ନେଲେ ତିନି ବଲିଉଡ୍ ସେଲିବ୍ରିଟିଙ୍କ ନାଁ

(ମୁମ୍ବାଇ): ଡ୍ରଗ୍ସ ମାମଲାରେ ଫସିଥିବା ରିୟା ଚକ୍ରବର୍ତୀ ଏନସିବି ସାମନାରେ ତିନି ବଲିଉଡ୍ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି । ରିୟା ଓ ଷୌଭିକଙ୍କ ହ୍ୱାଟ୍ସଆପ ଚାଟରୁ ଏହା ଖୁଲାସା ହୋଇଥିବା ଜଣାପଡିଛି । ତେବେ ରିୟା ଯେଉଁ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି ସେମାନେ ହେଲେ ସାରା ଅଲ୍ଳୀ ଖାନ୍, ରକୁଲ ପ୍ରୀତ ସିଂ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା । ବତ୍ତର୍ମାନ ଏନସିବି ଟାର୍ଗେଟରେ ବର୍ତ୍ତମାନ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ରକୁଲପ୍ରୀତ ସିଂହ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା ଅଛନ୍ତି । ରିୟା ଏନସିବି ସମ୍ମୁଖରେ ଏହି ୩ଜଣଙ୍କ ନାଁ ଉଠାଇଛନ୍ତି । ରିୟା ଏନସିବି ସମ୍ମୁଖରେ କହିଛନ୍ତି ଯେ, ଏହି ୩ଜଣ ଡ୍ରଗ୍ସ ନେଉଥିଲେ । ଖବର ଅନୁଯାୟୀ, ଏନସିବି ବର୍ତ୍ତମାନ ବଲିଉଡର ଏ, ବି ଓ ସି ଗ୍ରେଡ଼ର କଳାକାର, ଯେଉଁମାନେ ଡ୍ରଗ୍ସ ସେବନ କରନ୍ତି ସେମାନଙ୍କ ଉପରେ ନଜର ରଖିଛି ।
ସୁଚନା ଥାଉ କି, ଏହା ପୂର୍ବରୁ ଖବର ଆସିଥିଲା ଯେ ରିୟା ଚକ୍ରବର୍ତୀ ଏନସିବି ସମ୍ମୁଖରେ ୨୫ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି ଏବଂ ଏନସିବି ସେମାନଙ୍କୁ ଖୁବ୍ ଶୀଘ୍ର ସମନ ପଠାଇବ । ଏହି ତାଲିକାରେ ବଲିଉଡର ଏ ଗ୍ରେଡ଼୍ ସେଲିବ୍ରିଟି ସାମିଲ ଥିବା ଶୁଣିବାକୁ ମିଳୂଛି ।

Related posts

ଆପଣଙ୍କ ବସିବା ଅଭ୍ୟାସ ଶରୀରକୁ ପହଞ୍ଚାଇଥାଏ ହାନି

mahabharatanews

ମହାରାଷ୍ଟ୍ରରେ ପୁଣି ୩୦ ଟ୍ରେନ ବାତିଲ

mahabharatanews

ହାପି ବାର୍ଥ ଡେ’ ଅନୁଷ୍କା

mahabharatanews