ଓଡିଶା

ଡୁମଡୁମା କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା

(ଭୂବନେଶ୍ୱର):ବୁଧବାର ଭୂବନେଶ୍ୱରସ୍ଥିତ ଡୁମଡୁମା ସୁବାସ ନଗର ବସ୍ତିରେ ଉତ୍ତେଜନା ଦେଖାଦେଇଛି । କଣ୍ଟେନମେଣ୍ଟ ଜୋନ୍ ଭିତରେ ମିଳୁଥିବା ସାମଗ୍ରୀ ଦର ଅତ୍ୟଧିକ ରହୁଥିବାରୁ ଲୋକେ ଅଭିଯୋଗ କରିଛନ୍ତି । ଶ୍ରମିକ ଶ୍ରେଣୀର ଲୋକ ଏତେ ଟଙ୍କା ଦେଇ ସାମଗ୍ରୀ କିଣିବାକୁ ଅସମର୍ଥ ହେଉଥିବାରୁ ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖା ଦେଇଛି । ଡୁମଡୁମାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ପରେ କୌଣସି ଲୋକ ବାହାରକୁ କାମଧନ୍ଦା ପାଇଁ ଯାଇ ପାରୁନାହାନ୍ତି । ଏତେ ଦର ଦେଇ ଜିନିଷ କିଣିବା ସମ୍ଭବ ହୋଇପାରୁ ନଥିବାରୁ ଏହାର ପ୍ରତିବାଦ କରି ଲୋକେ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ଏକାଠି ହୋଇ ହୋହଲ୍ଲା କରିଥିଲେ । ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ସୂଚନାଯୋଗ୍ୟ, ସୁବାସନଗର ବସ୍ତିରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସେହି ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।

Related posts

ବିରୋଧୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରଶ୍ନ, ସରକାର ବିଫଳ ତ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି

mahabharatanews

ଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପି

mahabharatanews

ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ, ଡରିଲେ ଯାତ୍ରୀ

mahabharatanews