ଓଡିଶା

ବିରୋଧୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରଶ୍ନ, ସରକାର ବିଫଳ ତ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି

ଭୁବନେଶ୍ୱର: ରାଜ୍ୟରେ ମୋଟ୍ କରୋନା ସଂକ୍ରମିତ ୨,୧୯୧୧୯ ହୋଇଥିବା ବେଳେ ୧,୮୧୪୮୧ ଜଣ ସୁସ୍ଥ ହେଲେଣି । ଯଦି ସରକାର ବିଫଳ ତାହେଲେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିପରି ବୋଲି ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଦେଶରେ କୋଭିଡ ମୃତ୍ୟୁ ହାର ୧.୬% ଥିବା ବେଳେ ରାଜ୍ୟରେ ୦.୩୮%। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ମୁଲତବୀ ନୋଟିସ ଆଲୋଚନା ବେଳେ କରୋନା ସ୍ଥିତି ନେଇ ବିଧାନସଭାରେ ଏପରି ବିବୃତି ରଖିଛନ୍ତି ମନ୍ତ୍ରୀ। ଲକ୍‌ଡାଉନ୍‌ ପାଇଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା । କିନ୍ତୁ ପ୍ରବାସୀ ଫେରିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। କୋଭିଡ କିଟ୍ ଦୁର୍ନୀତି ଅଭିଯୋଗ ବିଚାରାଧୀନ ରହିଛି। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନବ ଦାସ।
ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍ ୩୬ ହଜାରରୁ ଅଧିକ ଥିବା ବେଳେ ୨୯ ହଜାର କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି। ୭୩୪୮ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।

Related posts

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

ଚତୁର୍ଥ ଦିବସରେ ବାଲୁକା ମାଧ୍ୟମରେ କ୍ରୀଡ଼ା ଓ ଗେମ୍ର ବାର୍ତ୍ତା

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଯୁବକଙ୍କ ପୁରୀରେ ଚାଲିଗଲା ଜୀବନ

mahabharatanews