ଓଡିଶା

ରାଜଧାନୀରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି

(ଭୁବନେଶ୍ୱର) : ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାଶାୟୀ ହେବେ ଜଗତଜନନୀ ମା ଦୁର୍ଗା   । ଏ ନେଇ ଚଳଚଞ୍ଚଳ ହୋଇପଡିଲାଣି ଗାଁ ଠୁ ସହର । ଜୋରଦାରରେ ଚାଲିଛି ପ୍ରସ୍ତୁତି । ଏହି ସମୟରେ ଏଥର ରାତି ଅଧ ଯାଏଁ କମ୍ପିବ ରାଜଧାନୀ । ମଣ୍ଡପରେ ଲାଗିବ ଭିଡ଼ । ତା ସହ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି । ପୂର୍ବରୁ ରାତି ୧୦ଟା ପର୍ଯ୍ୟନ୍ତ ମେଲୋଡ଼ି ହେଉଥିଲା । ଏଥ ଅଧିକ ୨ଘଣ୍ଟା ପାଇଁ ମିଳିଛି ଅନୁମତି ।

ସୂଚନାନୁଯାୟୀ, ଦୁର୍ଗାପୂଜା ଓ ଭସାଣୀ ପାଇଁ ପୋଲିସ-ପୂଜା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ପୂଜା ମଣ୍ଡପ ହେଉଛି । ତେଣୁ ଆଇନ ଶୃଙ୍ଖଳା ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ପୋଲିସ୍ । ମଣ୍ଡପରେ ଲାଗିବ ଭିଡ଼ । ତା ସହ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି ।

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

କରୋନା ପାଇଁ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ

mahabharatanews

ଘରେ ପଶି ସ୍କୁଟି, ସାଇକେଲ ଜାଳିଦେଲେ ଦୁର୍ବୃତ୍ତ

mahabharatanews