ମନୋରଞ୍ଜନ

ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲଭି 

(ମୁମ୍ବାଇ) : ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି  ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ପ୍ରୋଜେକ୍ଟ ‘ରାମାୟଣ’ର ସୁଟିଂ। ଖବର ଆସୁଛି ତାହା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ପାଇଁ ମୁଖ୍ୟ ଚରିତ୍ର ତଥା ପ୍ରଭୁ ରାମ ଏବଂ ମାତା ସୀତାଙ୍କ କାଷ୍ଟିଂ ଶେଷ ହୋଇଛି । ଏକ ରିପୋର୍ଟ ଅନୁସାରେ, ବଲିଉଡ ଅଭିନେତା ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ସାଉଥ୍ ଅଭିନେତ୍ରୀ ସାଇ ପଲ୍ଲଭି ମାତା ସୀତାଙ୍କ ଭୂମିକାରେ ନଜର ଆସିପାରନ୍ତି ।

 

 ସୂଚନାନୁଯାୟୀ , ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବା ପାଇଁ ମିଳିପାରେ । ହେଲେ ତାରିଖ ସମସ୍ୟା ହେତୁ ଆଲିଆ ଫିଲ୍ମରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ ନିର୍ମାତାମାନେ ସାଇ ପଲ୍ଲାଭିଙ୍କୁ କାଷ୍ଟ କରିବାର ନିଷ୍ପତ୍ତି ନେଇଛନ୍ତି । ନିର୍ମାତାମାନେ ‘ରାମାୟଣ’ ପାଇଁ ରାବଣ ଭୂମିକାରେ ଅଭିନୟ ପାଇଁ ମଧ୍ୟ ଅଭିନେତା ଚୟନ କରିସାରିଛନ୍ତି । ରିପୋର୍ଟ ଅନୁଯାୟୀ ସାଉଥ୍ ସୁପରଷ୍ଟାର ୟଶଙ୍କୁ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଦେଖିବାକୁ ମିଳିପାରେ ।

Related posts

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

mahabharatanews

ଗାୟକ ଜୁବିନ ଗର୍ଗଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା : ହିମନ୍ତ ବିଶ୍ୱଶର୍ମା

mahabharatanews

ଏହି ଫିଲ୍ମ ପାଇଁ ୧୦କୋଟି ନେବେ  ସାଇ ପଲ୍ଲବୀ  

mahabharatanews