ନୂଆଦିଲ୍ଲୀ: ଆଜିଠୁ କ୍ୟାପିଟାଲରେ ଆରମ୍ଭ ହେଉଛି ବିଦ୍ୟୁତ ଚାଳିତ ବସ ସେବା । ଏହି ବସ ସେବା ପ୍ରଚଳନ ସେବା ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ପ୍ରଚଳନ କରାଯାଇଛି। ମୋଟ ୧୫୦ଟି ବିଦ୍ୟୁତ ଚାଳିତ ବସ ଆଜି ଏଥିମଧ୍ୟରୁ ୨୫ଟି ଇ-ବସ ଦୁଇଟି ପଥରେ ଚଳାଚଳ ଆରମ୍ଭ କରିଛି । ତେବେ ଏହି ବସ ସେବା କେବଳ ରେଳଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ । ପ୍ରତ୍ୟେକ ବସରେ ମାତ୍ର ୨୪ ଜଣ ଜଣ ଯାତ୍ରୀ ବସିପାରିବେ ଏବଂ ସେମାନଙ୍କ ନିକଟରୁ ନଗଦ ଅର୍ଥ ନିଆଯିବ ନାହିଁ । ଏହି ବସରେ ଆଉ ଏକ ନୂଆ ଘଟଣା ହେଉଛି ଏହି ବସରେ କୌଣସି କଣ୍ଡକ୍ଟର ରହିବେ ନାହିଁ , ଏହା ସମ୍ପୂର୍ଣ୍ଣ ସଂସର୍ଗ ବିହୀନ ରହିବ । କେବଳ ମେଟ୍ରୋ ସ୍ମାର୍ଟ କାର୍ଡ ଜରିଆରେ ଏଥିରେ ଯାତ୍ରା କରିପାରିବେ ଯାତ୍ରୀ । ଅନ୍ୟ ବସ ପରି ଏହି ବସ ଯେ କøଣସି ସ୍ଥାନରେ ନ ରହି କେବଳ ଷ୍ଟାଣ୍ଡରେ ହିଁ ରହିବ । ଯାହା ଫଳରେ ଯାତ୍ରୀମାନେ ସିଧା ସଳଖ ମେଟ୍ରୋ ଷ୍ଟେସନ ସହ ଯୋଡି ହୋଇପାରିବେ । ଏହା ବ୍ୟତୀତ ୪ କିମି ପାଇଁ ୧୦, ୪-୮ କିମି ପାଇଁ ୧୫ ଏବଂ ୮-୧୨ କିମି ପାଇଁ ୨୦ ଏବଂ ଅଧିକ ଦୂରତା ପାଇଁ ୨୫ ଟଙ୍କା ଭଡା ଦାର୍ଯ୍ୟ ହୋଇଛି । ଥିରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ସିସିଟିଭି ଏବଂ ଜିପିଏସ ଖଞ୍ଜାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲଚେୟାର ସହିତ ବସକୁ ପ୍ରବେଶ କରିବାକୁ ଆଙ୍କରେଜ ବ୍ୟବସ୍ଥା ରହିଛି।