(ଦିଲ୍ଲୀ) : ଆଜି ଆର୍ଥ ଆୱାର । ନିଜର ପ୍ରିୟ ପୃଥିବୀକୁ ଏକ ଘଣ୍ଟା ସମୟ ଦେବାର ଦିନ । ବିଜୁଳି ଶକ୍ତି ଅପଚୟ ରୋକିବା, ପରିବେଶ ସୁରକ୍ଷା ବାର୍ତ୍ତା ଦେବ ସାରା ବିଶ୍ୱ । ବିଶ୍ୱର ଛୋଟ ରୁ ବଡ଼ ଦେଶ ଆର୍ଥ ଆଓ୍ବାର ପାଳନ କରିଥାନ୍ତି । ଗତବର୍ଷ ଦେଶର ୧୫୦ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା । ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ ୧୨ଟି ସାଇକ୍ଲୋଥନ ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବାବେଳେ ୨ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ ।
ସୂଚନାନୁଯାୟୀ, ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ହେଉଛି ଆର୍ଥ ଆଓ୍ବାର ଆହ୍ବାନ । ଏ ନେଇ ରାତି ୮.୩୦ରୁ ୯.୩୦ଯାଏଁ ଏହି ଆର୍ଥ ଆୱାର ପାଳିତ ହେବ । ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ । ବିଶ୍ବ ବନ୍ୟଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ । ମେଣ୍ଟ ଚର୍ଚ୍ଚା ଅବସାନ ପରେ ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଆସିପାରେ ପ୍ରାର୍ଥା ତାଲିକା ବିଶ୍ବର ପ୍ରାୟ ୧୯୦ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ ।
