ଭାରତ

ଭୂକମ୍ପରେ ଥରିଲା କଲମ୍ବିଆ ରାଜଧାନୀ ବାଗୋଟା 

(କଲମ୍ବିଆ) ; ଭୂକମ୍ପରେ ଥରିଲା କଲମ୍ବିଆ ରାଜଧାନୀ ବାଗୋଟା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧  ରେକର୍ଡ କରାଯାଇଛି ।ଗୁରୁବାର ସକାଳ ୧୨ଟା ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଭୟଭୀତ ହୋଇ ଲୋକେ ଘରୁ ବାହାରି ଆସିଥିଲେ । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

ସୂଚନାନୁଯାୟୀ , କଲମ୍ବିଆ ଜିଓଲୋଜିକାଲ୍ ସର୍ଭେ ଅନୁସାରେ, ଭୂମିକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଥିବା ବେଳେ ୟୁଏସ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ ଅନୁସାରେ ୬.୩ ତିବ୍ରତା ମାପ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ରାଜଧାନୀ ବଗୋଟାରୁ ଦକ୍ଷିଣରେ ୪୦ କିଲୋମିଟର ଦୂର ଇଏଲ କାଲଭକିଓ ସହରରେ ରହିଛି । ଏହି ଭୂକମ୍ପ ପରେ ଲଗାତାର ଦୁଇଟି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତିବ୍ରତା ୫.୬ ଓ ୪.୮ ରେକର୍ଡ କରାଯାଇଛି । ବଗୋଟା ମେୟର ଲୋକଙ୍କୁ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ରେସକ୍ୟୁ ଟିମ୍ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଥିବା ନେଇ ସୂଚନା ରହିଛି ।

Related posts

କେମିକାଲ୍ କାରଖାନା ଲିକ, ୨୮ ଗୁରୁତର

mahabharatanews

ବିରତି ନେବ ରାହୁଲଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା

mahabharatanews

ବନ୍ୟାରେ ଉବୁଟୁବୁ ପଶ୍ଚିମ ଭାରତ

mahabharatanews