ଭାରତ

ଭୂକମ୍ପ ଝଟକାରେ ଥରିଲା ଜୟପୁର ଓ ମଣିପୁର

(ଜୟପୁର) : ଭୂକମ୍ପ ଝଟକାରେ ଥରିଲା ଜୟପୁର ଓ ମଣିପୁର । ପାହାନ୍ତା ୪ ରୁ ଭୋର୍‌ ୪.୨୫ ମଧ୍ୟରେ ରାଜସ୍ଥାନର ଜୟପୁରରେ ଗୋଟିକ ପରେ ଗୋଟିଏ ୩ ଥର ଭୂକମ୍ପନ ସଂଘଠିତ ହୋଇଛି। ପାହାନ୍ତା ୪:୦୯ରେ ଜୟପୁରରେ ସଂଘଠିତ ପ୍ରଥମ ଭୂମିକମ୍ପର ତୀବ୍ରତା ଥିଲା ୪.୪, ୪:୨୨ରେ ସଂଘଠିତ ଦ୍ବିତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୧ ଏବଂ ୪:୨୫ରେ ସଂଘଠିତ ତୃତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୪।

ସୂଚନାନୁଯାୟୀ , ଏଥିରେ କେହି ମୃତାହତ କିଂବା କିଛି କ୍ଷୟକ୍ଷତି ହୋଇଥିବା ସ୍ୱଷ୍ଟ ଜଣାପଡ଼ିନି । ଦେଶର ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ମଧ୍ୟ ଭୂମିକମ୍ପ ସଂଘଠିତ ହୋଇଥିବା ରିପୋର୍ଟ ମିଳିଛି। ଭୂଗର୍ଭର ୨୦ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହାର ଉତ୍ପତ୍ତିସ୍ଥଳ।

Related posts

ଚାଷୀ ଆନ୍ଦୋଳନ ଶେଷ

mahabharatanews

କୋମଳମତୀ ଶିଶୁକୁ ଶୀଘ୍ର ସ୍କୁଲ ପଠାଅନି : ସୁପ୍ରିମକୋର୍ଟ

mahabharatanews

କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କଲା ସିବିଆଇ

mahabharatanews