Uncategorized

ମେକ୍ସିକୋରେ ୭.୪ ତୀବ୍ରତାର ଭୂକମ୍ପ ଝଟକା

ମେକ୍ସିକୋ:  ମେକ୍ସିକୋରେ ଭୂକମ୍ପ ଝଟକା । ଭୂକମ୍ପ ଏମିତି ଜୋରଦାର ଥିଲା କି ଦକ୍ଷିଣ ମେକ୍ସିକୋର ଅକାପୁଳ୍କୋ ସହର ଥରି ଉଠିଥିଲା ଝଟକାରେ । ରେକ୍ଚର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂକମ୍ପରେ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଭୂକମ୍ପ ପରେ ସେଠାରେ ସୁନାମୀ ସ୍ଥିତି ସୃଷ୍ଟି ହେବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋରେ ୭.୪ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି।
ମଙ୍ଗଳବାର ରାତିରେ ସହରରେ ୭.୪ତ୍ରୀବତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଏହାପରେ ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ । ଅଟ୍ଟାଳିକା ଥରିଉଠିଥିଲା । ଏହି ଭୂକମ୍ପ ପ୍ରଭାବରେ ଅନେକ ସ୍ଥାନରେ ଫାଟ୍ ସୃଷ୍ଟି ହୋଇଛି । କିଛି ସ୍ସ୍ଥାନରେ ଅଟ୍ଟ୍ଟାଳିକା ଭାଙ୍ଙ୍ଗିଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର କ୍ଷୟକ୍ଷତି ତାହା ସ୍ପଷ୍ଟ ହୋଇନାହିଁ । ଭୂକମ୍ପ ପାଇଁ ମେକ୍ସିକୋରେ ସୁନାମି ହେବାର ଆଶଙ୍କା ରହିଛି। ପାଣିପାଗ ବିଶେଷଜ୍ଞମାନେ ଏ ସମ୍ପର୍କରେ ଏକ ଚେତାବନୀ ମଧ୍ୟ ଜାରି କରିଛନ୍ତି । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

 

Related posts

ଦେଶର ବିଭାଜନ ଚାହୁଁଥିବା ଲୋକେ ଏନଏସଜିକୁ ଡରିବା ଦରକାର: ଶାହା

mahabharatanews

ଶାହୀନବାଗରେ ସିଆରପିଏଫ ମୁତୟନ, ୧୪୪ ଧାରା ଲାଗୁ

mahabharatanews

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

mahabharatanews