Uncategorized

ଜେଲରେ ଜଳିଗଲେ କଏଦୀ

(ନୂଆଦିଲ୍ଲୀ) ; ଜେଲରେ ଜଳିଗଲେ କଏଦୀ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ଏକ ଜେଲରେ ଅଗ୍ନିକାଣ୍ଡରେ ୪୧ ଜଣ ଜୀବନ୍ତ ଦଗ୍ଧ ହେବା ସହ ୩୯ ଜଣ ଆହତ ହୋଇଛନ୍ତି । ମାଦକଦ୍ରବ୍ୟ କାରବାରରେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କୁ ଉକ୍ତ ଜେଲରେ ରଖାଯାଇଥିଲା। ନ୍ୟାୟ ମନ୍ତ୍ରଣାଳୟର ସୁଧାର ବିଭାଗର ମୁଖପାତ୍ର ରିକା ଅପରିଆନ୍ତି ଙ୍କ କହିବା କଥା ଅନୁଯାୟୀ ଜାକର୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଏହି ଜେଲର କ୍ଷମତା ହେଉଛି ୧୨୨୮ କଏଦୀଙ୍କୁ ରଖାଯାଇପାରିବ ହେଲେ ସେଠାରେ ଦୁଇ ହଜାରରୁ ଅଧିକ କଏଦୀଙ୍କୁ ରଖାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଜେଲର ‘ସି ବ୍ଲକ୍’ରେ ୧୨୨ ଜଣ କଏଦୀ ଥିଲେ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବହୁ ସଂଖ୍ୟକ ପୋଲିସ ଓ ସୈନିକଙ୍କୁ ସେବାରେ ଲଗା ଯାଇଥିଲା । ଅନେକ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ସମସ୍ତ ବନ୍ଦୀ ଥିବା କଏଦୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ବୋଲି କହିଛନ୍ତି।

Related posts

ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

mahabharatanews

ଏହିସବୁ କାମ ପାଇଁ ବ୍ୟବହାର କରିପାରରିବେ ‘ବେବି ପାଉଡର’

mahabharatanews

‘କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶର ଅପେକ୍ଷା କରିବା ଠିକ ନୁହେଁ’

mahabharatanews