Uncategorized

ଆସାମରେ ମଧ୍ୟମ ଧରଣର ଭୂକମ୍ପ

ଗୌହାଟୀ: ସୋମବାର ଦିନ ଆସାମରେ ଭୂକମ୍ପର ଝଟକା ଅନୁଭୂତ । ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୪ ଥିବା ଭାରତୀୟ ଭୂକମ୍ପ ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମଧ୍ୟାହ୍ନ ୧.୧୩ରେ ଭୂକମ୍ପ ଅନୁଭୂତ ହୋଇଛି । ପଶ୍ଚିମ ଆସାମର କୋକରାଝରର ୧୦ କିମି ଗଭୀରତା ଏହାର କେନ୍ଦ୍ର ଥିବା ଜଣାପଡିଛି । ମେଘାଳୟରତୁରାଠାରୁ ଉତ୍ତରରେ ୯୦ କିମି ଦୂରେ ଅନୁଭୂତ ହୋଇଛି । ଏହାର ପ୍ରଭାବ ପଶ୍ଚିମ ଆସାମ ଓ ପଶ୍ଚିମ ବଙ୍ଗର ଉତ୍ତରାଞ୍ଚଳରେ ଅନୁଭୂତ ହୋଇଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ନାହିଁ । ଭାରତର ଉତ୍ତରପୂର୍ବାଞ୍ଚଳ ଭୂକମ୍ପ ପ୍ରଭାବିତ ଜୋନରେ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଲଗାତର ଭୂକମ୍ପ ଦେଖିବାକୁ ମିଳୁଛି । ଏପ୍ରିଲ ୨୮ ତାରିଖରେ ଉତ୍ତର ପୂର୍ବାଞ୍ଚଳର କିଛି ଅଞ୍ଚଳ ସମେତ ଆସାମ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।ା

Related posts

ବିଧାୟଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କରିବୁ: ବିଏସ ରାଥୋଡ

mahabharatanews

ସ୍ୱଦେଶକୁ ଫେରିଲେ ୧୫ ହଜାର ପ୍ରବାସୀ ଭାରତୀୟ

mahabharatanews

ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ନାହିଁ: ବିଶେଷଜ୍ଞ

mahabharatanews