ଭାରତ

ମୁଖ୍ୟମନ୍ତ୍ରୀଙ୍କ ଝିଅ ବିରୋଧରେ ମାମଲା ରୁଜୁ   

(କେରଳ) : କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟଙ୍କ ଝିଅ ବୀଣାଙ୍କ ବିରୋଧରେ PMLA ଅଧୀନରେ ଏକ ମାମଲା ରୁଜୁ କଲା ଇଡି। ସେ ଏକ ଖଣିଜ ସଂସ୍ଥା ସହିତ ବେଆଇନ କାରବାର କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ SFIO ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଆୟକର ବିଭାଗର ଅନୁସନ୍ଧାନରେ ଏହି ମାମଲା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ , ଅନୁସନ୍ଧାନରୁ ଜଣାପଡିଛି ଯେ କୋଚିନ୍ ମିନେରାଲ୍ସ ରୁଟାଇଲ୍ ଲିମିଟେଡ୍ ୨୦୧୮-୧୯ ମଧ୍ୟରେ ବୀଣାର କମ୍ପାନୀ ଏକ୍ସଲୋଜିକ୍ସ ସଲ୍ୟୁସନ୍ କୁ ୧.୭୨ କୋଟି ଟଙ୍କା ଦେଇଥିଲା, ଯଦିଓ ସେହି ସମୟରେ ଆଇଟି ଫାର୍ମ କୋନଶି ସେବା ଯୋଗାଉ ନଥିଲା। ଠକେଇର ତଦନ୍ତ କରୁଥିବା ଅଫିସ ପ୍ରଥମେ ବୀଣାଙ୍କ ବିରୋଧରେ ତଦନ୍ତ କରୁଥିଲା। ଏହାପରେ ପୂରା ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରାଯିବା ସପକ୍ଷରେ ଅଫିସ ପକ୍ଷରୁ ସୁପାରିସ କରାଯାଇଥିଲା। ସେହି ସୁପାରିସ ଆଧାରରେ ଇଡି ଏବେ ସକ୍ରିୟ ହୋଇଛି।

Related posts

ସୁପ୍ରିମକୋର୍ଟରେ ଆନ୍ଧ୍ରର ପିଟିସନ ଖାରଜ

mahabharatanews

ବଢିଲା ଗ୍ୟାସ ଦର

mahabharatanews

ଘନ କୁହୁଡ଼ି ଜାରି : ୧୧୦ଟି ବିମାନ ବିଳମ୍ବିତ 

mahabharatanews