ଭାରତ

ପୁଣି ମହୁଆଙ୍କୁ ଇଡ଼ିର ନୋଟିସ

(ଦିଲ୍ଲୀ) : ଟିଏମସି ନେତା ମହୁଆ ମୋଇତ୍ରାଙ୍କ ସମସ୍ୟା ଥମିବାର ନାଁ ଧରୁନି । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣିଥରେ ମହୁଆ ମେଇତ୍ରାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରାଯାଇଛି । ମାର୍ଚ୍ଚ ୨୮ ରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ମହୁଆଙ୍କୁ ପଚରାଉଚରା ପାଇଁ ଇଡ଼ି ନୋଟିସ ପଠାଇଛି ।

ସୂଚନାନୁଯାୟୀ , କେବଳ ମହୁଆ ନୁହଁନ୍ତି ଦର୍ଶନ ହିରାନନ୍ଦାନୀଙ୍କୁ ଇଡି ନୋଟିସ ମଧ୍ୟ ପଠାଇଛି । ଏହା ପୂର୍ବରୁ ‘ଫେମା’ ମାମଲାରେ ପଚରା ଉଚରା ପାଇଁ ହୀରାନନ୍ଦାନୀ ଗ୍ରୁପର ପ୍ରମୋଟର୍ସ ନିରଞ୍ଜନ ହୀରାନନ୍ଦାନୀ ଓ ତାଙ୍କ ପୁଅ ଦର୍ଶନ ହୀରାନନ୍ଦାନୀଙ୍କୁ ଫେବୃଆରୀ ମାସରେ ଇଡି ନୋଟିସ କରିଥିଲା । ଏହାକୁ ନେଇ ହୀରାନନ୍ଦାନୀ କହିଛନ୍ତି କି ତାଙ୍କ ଉପରେ ଫେମା ମାମଲାରେ ୧୬ ବର୍ଷ ତଳେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ତାଙ୍କୁ ୪୨ ଥର ଜେରା କରାଗଲାଣି । ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ଉପରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ପରାମର୍ଶରେ ସଂସଦରେ ପ୍ରଶ୍ନ ପଚାରିବା ନେଇ ବିଜେପି ତରଫରୁ ଅଭିଯୋଗ ହୋଇଥିଲା । ଏଥିରେ କୁହାଯାଇଥିଲା କି ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଥିଲା ମହୁଆ ।

Related posts

ସିଏସଆଇଆର ପ୍ରଥମ ମହିଳା ନିର୍ଦ୍ଦେଶକ ହେଲେ ନଲ୍ଲାଥମୀ କଲାଇସେଲବୀ

mahabharatanews

କମିଲା ଔଷଧ ଦାମ୍ , ମୂଳ ମୂଲ୍ୟ ଉପରେ ୭ ପ୍ରତିଶତ ଛାଡ କରିଲେ ଭାରତ ସରକାର

mahabharatanews

କେଜ୍ରିୱାଲଙ୍କ ଆବେଦନ ଖାରଜ

mahabharatanews