(ଦିଲ୍ଲୀ) : ଦ୍ୱିତୀୟ ଥର ମଧ୍ୟ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଡ଼ିସେମ୍ବର୨୧ ରେ ଇଡ଼ିରେ ହାଜର ହୋଇଥାନ୍ତେ, କିନ୍ତୁ ଇଡ଼ିର ନୋଟିସକୁ ଏଡ଼ାଇ ସେ ଦ୍ୱିତୀୟ ଥର ମଧ୍ୟ ହାଜର ହେଲେନି ଇଡିରେ ।
ସୂଚନାନୁଯାୟୀ , ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ତାଙ୍କୁ ଡ଼ିସେମ୍ବର୨୧ରେ ହାଜର ହେବାକୁ ସମନ କରିଥିଲା ଇଡି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଥର ବି କେନ୍ଦ୍ରୀୟ ସଂସ୍ଥାରେ ହାଜର ହୋଇନାହାନ୍ତି । ଆଉ ଆଜି ସେ ହାଜର ନ ହେବାରୁ ପୁଣି ଥରେ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଛି । କେଜ୍ରିୱାଲଙ୍କ ପାଖକୁ ପଠାଯାଇଥିବା ତୃତୀୟ ସମନରେ ଜାନୁଆରି ୩ରେ ତାଙ୍କୁ ହାଜର ହେବାକୁ କହିଛି ଇଡି । ଜାନୁଆରୀ ୩ ତାରିଖ ସକାଳ ୧୦:୩୦ ରୁ ୧୧ ଟା ମଧ୍ୟରେ ଇଡି ମୁଖ୍ୟାଳୟରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରି କହିଛି ।