ଭାରତ

ହେମନ୍ତଙ୍କ ବିରୋଧରେ ଇଡିର ପ୍ରମାଣ 

(ଝାଡ଼ଖଣ୍ଡ) : ହେମନ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ ପ୍ରମାଣ ଯୋଗାଡ଼ କରିଛି ସେଥିରେ ଫ୍ରିଜ୍‌, ସ୍ମାର୍ଟଟିଭି ଆଦିର ଇନ୍‌ଭଏସ୍‌ ଆଦି ରହିଛି। ଜମି ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାନୁଆରି ୩୧ ତାରିଖରେ ଗିରଫ କରାଯାଇଥିଲା।

ସୂଚନାନୁଯାୟୀ , ହେମନ୍ତ ସୋରେନ୍‌ ବେଆଇନ ଭାବେ ୮.୮୬ ଏକର ଜମି ଅକ୍ତିଆର କରିଥିଲେ। ଏହି ସମସ୍ତ ଜମିର ମୂଲ୍ୟ ୩୧ କୋଟି ଟଙ୍କା। ଏହା ସହ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ନିର୍ଦ୍ଦେଶାଳୟ ପ୍ରମାଣ ଯୋଗାଡ଼ କରିଛି।  ଏହି ପ୍ରମାଣକୁ ମଧ୍ୟ ପିଏମ୍‌ଏଲ୍‌ଏ କୋର୍ଟ ଆଇନତଃ ସିଦ୍ଧ ବୋଲି ଗ୍ରହଣ କରିଛି। ପରେ ହେମନ୍ତ ହିଁ ବେଆଇନ ଭାବେ ଜମି ଦଖଲ କରିଥିବା ଜଣାପଡ଼ିଥିଲା। ସୋରେନ୍‌ଙ୍କ ଗିରଫଦାରୀ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ରହିଥିବା ବେଳେ ଇଡିର ପ୍ରମାଣ ଦାଖଲ ତାଙ୍କ ଅଡ଼ୁଆ ବଢ଼ାଇବ ବୋଲି କୁହାଯାଉଛି।

Related posts

ପ୍ରଧାନମନ୍ତ୍ରୀ-ନୀତୀଶ କୁମାରଙ୍କ ପ୍ରଥମ ଭେଟଘାଟ 

mahabharatanews

ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଖାର୍ଗେଙ୍କ ଆଲୋଚନା

mahabharatanews

‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews