ନୂଆଦିଲ୍ଲୀ : ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଛି । ମନି ଲଣ୍ଡରିଂ ମାମଲାରେ ସୋନିଆ ଓ ରାହୁଲଙ୍କୁ ଆସନ୍ତା ୮ତାରିଖରେ ଇଡି ପଚରାଉଚରା କରିବ । ଆସନ୍ତା ୮ତାରିଖରେ ସୋନିଆ ଗାନ୍ଧୀ ଇଡିରେ ଉପସ୍ଥିତ ରହିବେ ଏବଂ ଯଦି ରାହୁଲ ଗାନ୍ଧୀ ଦିଲ୍ଲୀରେ ରହିବେ, ତେବେ ସେ ମଧ୍ୟରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ଏହି ଦୁଇ ନେତାଙ୍କୁ ପ୍ରଶ୍ନ କରିବା ଇଡି । ପୂର୍ବରୁ ଏହି ଘଟଣାରେ କଂଗ୍ରେସର ଆଉ ଦୁଇ ବରିଷ୍ଠ ନେତା ପୱନ ବଂଶଲ ଏବଂ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଗତ ଏପ୍ରିଲ ୧୨ତାରିଖରେ ଇଡି ପଚରାଉଚରା କରିଥିଲା ।
ସୂଚନାଯୋଗ୍ୟ, ନ୍ୟାସନାଲ ହେରାଡ୍ଡ ଘଟଣାରେ ଗାନ୍ଧୀ ପରିବାର ୫୫ କୋଟି ଟଙ୍କାର ହେରଫେର କରିଥିବା ନେଇ ସୋନିଆ ଓ ରାହୁଲଙ୍କ ବିରେରାଧରେ ଗତ ୨୦୧୪ରେ ସୁବ୍ରମଣ୍ୟମ ସ୍ୱାମୀ ଏକ ମାମଲା ରୁଜୁ କରିଥିଲେ । ତେବେ ଏହି ଘଟଣାରେ କେନ୍ଦ୍ର ସରକାର ଉପରେ କଂଗ୍ରେସ କଡ଼ା ନିନ୍ଦା କରିଛି । ଦେଶରେ କଂଗ୍ରେସର ପୁନର୍ବାର ଅଭ୍ୟୁଦୟ ନେଇ ବିଜେପି ଆତଙ୍କିତ ହୋଇ ପ୍ରତିଶୋଧ ପରାୟଣ ହୋଇ ଶାସକ ବିଜେପି ଏପରି ପଦକ୍ଷେପ ଗ୍ରହଣ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅପରପକ୍ଷେ, ଏହା ଏକ ମନଗଢ଼ା କାହାଣୀ । ପ୍ରତିଶୋଧ ଭାବନାରେ ଏପରି କାର୍ଯ୍ୟ କରାଯାଇଛି । ଏଥିରୁ ଇଡିକୁ କୌଣସି ଲାଭ ମିଳିବ ନାହିଁ । ପୁଣି ରାହୁଲ ଏବେ ବିଦେଶ ଗସ୍ତରେ ରହିଛନ୍ତି, ତାଙ୍କ ପାଇଁ ଆଉ ଏକ ତାରିଖ ମଗାଯିବ ବୋଲି କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି ପ୍ରକାଶ କରିଛନ୍ତି ।