ଭାରତରାଜନୀତି

ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

(ଅହମ୍ମଦାବାଦ) : ବିଜେପିକୁ ସମାଲୋଚନା କରୁଥିବା ଗୁଜୁରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ ହାତ ଛାଡି ଆଜି ଧରିବେ ପଦ୍ମ । ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ। ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି।

ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଆଜି ବିଜେପିରେ ମିଶି ଏକ ନୂଆ ଶୁଭାରମ୍ଭ କରିବେ ବୋଲି ଟ୍ୱିଟ କରିଛନ୍ତି। ନିଜର ୧୫ ହଜାର ସମର୍ଥକଙ୍କ ସହ ସେ ଆଜି ବିଜେପିରେ ଯୋଗ ଦେବେ । ଦିନେ କଂଗ୍ରେସ ହାତ ଥାମିଥିବା ହାର୍ଦ୍ଦିକ ଏବେ କଂଗ୍ରେସକୁ କଟୁ ସମାଲୋଚନା କରୁଥିବା ବେଳେ ବିଜେପିର ନେତୃତ୍ୱ ଓ କାର୍ଯ୍ୟଶୈଳୀକୁ ପ୍ରଶଂସାରେ ପୋତି ପକାଉଛନ୍ତି।

ସୂଚନାନୁଯାୟୀ , ସେ ଟ୍ୱିଟ କରିଛନ୍ତି ଯେ , ରାଷ୍ଟ୍ରହିତ, ପ୍ରଦେଶ ହିତ, ଜନହିତ ଓ ସମାଜ ହିତ ଭାବନା ସହ ଆଜି ଏକ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହେଉଥିବା ରାଷ୍ଟ୍ର ସେବାରେ ଆଜିଠୁ ନିଜକୁ ଜଣେ ସିପାହୀ ଭାବେ ନିୟୋଜିତ କରିବି। ଏହାପୂର୍ବରୁ ଗତକାଲି ହାର୍ଦ୍ଦିକ ବିଜେପିରେ ସାମିଲ ହେବାକୁ ନେଇ ଏକ ପୋଷ୍ଟର ଜାରି କରିଥିଲେ।

Related posts

ଆଜିଠାରୁ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଆମେରିକା ଗସ୍ତ

mahabharatanews

ବଙ୍ଗ ଜନାଦେଶ: ଭୋଟର ତାଲିକା ସଂଶୋଧନକୁ ନେଇ ଅଭିଯୋଗ କେତେ ଯୁକ୍ତିଯୁକ୍ତ?

mahabharatanews

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

mahabharatanews