ଓଡିଶା

ଭୁବନେଶ୍ୱର ୧ନଂ ହାଟ ବନ୍ଦ

(ଭୁବନେଶ୍ୱର) :  ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ । ତେବେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘର ନିଷ୍ପତ୍ତି ।  ଦାବି ପୂରଣ ନହେବାରୁ ୪ ଦିନ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ଓ ଜବରଦଖଲ ଉଚ୍ଛେଦ ପାଇଁ ଦାବି । ଗତ କିଛିଦିନ ହେବ ବିଏମ୍‌ସି ଏବଂ ଟ୍ରାଫିକ୍‌ ପୋଲିସ ପାର୍କିଂ ହୋଇଥିବା ଗାଡ଼ିିଗୁଡିକୁ ଉଠାଇ ନେଉଛି। ଜରିମାନା ଆକାରରେ ୧୨ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ନେଉଛନ୍ତି। ଫଳରେ ବ୍ୟବସାୟ ହେଉନି।

ସୂଚନାନୁଯାୟୀ ,  ଏହି ସବୁ ଦାବି ନେଇ ବିଏସମି କମିଶନରଙ୍କ ସହ ସଂଘ ଆଲୋଚନା କରିଛି । କମିଶନର ୪ରୁ ୫ଦିନ ସମୟ ମାଗିଛନ୍ତି । ବର୍ତ୍ତମାନ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟରେ ଅନୁରୂପ ସ୍ଥିତି ଉପୁଜିଛି । ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି । ଗତ କାଲି ପାର୍କିଂ ବିବାଦ କୁ ନେଇ ଉଭୟ ଦୋକାନୀ ଓ ଉଠା ଦୋକାନୀ ମୁହାଁ ମୁହିଁ ହୋଇଥିଲେ ।

Related posts

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

mahabharatanews

ଭୁବନେଶ୍ୱରରେ ଶତପ୍ରତିଶତ ଟୀକାକରଣ

mahabharatanews

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ

mahabharatanews