ଭାରତ

ବଣ୍ଡ୍‌ ମାମଲା: ୨୧ ସୁଦ୍ଧା ସବୁ ତଥ୍ୟ ଦେବାକୁ ନିର୍ଦେଶ 

(ଦିଲ୍ଲୀ) :  ନିର୍ବାଚନୀ ବଣ୍ଡ୍‌ ମାମଲାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସମସ୍ତ ତଥ୍ୟ ଦେଇ ନଥିବାରୁ ପୁଣି ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କହିଛନ୍ତି ଯେ ବ୍ୟାଙ୍କ କୌଣସି ତଥ୍ୟ ଲୁଚାଇପାରିବ ନାହିଁ।

ସୂଚନାନୁଯାୟୀ , ବ୍ୟାଙ୍କ ସପକ୍ଷରେ ସରକାରୀ ଓକିଲଙ୍କ ସମସ୍ତ ଯୁକ୍ତିକୁ ମଧ୍ୟ ଖାରଜ କରିଦେଇଛନ୍ତି। ଆସନ୍ତା ୨୧ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ବଣ୍ଡ୍‌ର ଆଲ୍‌ଫା ନ୍ୟୁମରିକ୍‌ ସଂଖ୍ୟା ସହ ନିର୍ବାଚନୀ ବଣ୍ଡ୍‌ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କେବଳ ଏତିକି ନୁହେଁ, ଏହି ମାମଲାରେ କୌଣସି ତଥ୍ୟ ଚପାଇନାହାନ୍ତି ବୋଲି ୨୧ ସୁଦ୍ଧା ସତ୍ୟପାଠ ଦାଖଲ କରିବା ଲାଗି ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related posts

ଆଜିଠାରୁ ସଂସଦର ବଜେଟ ଅଧିବେଶନ,କାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

mahabharatanews

ବଢ଼େଇ କାମ କରି ଚର୍ଚାରେ ରାହୁଲ୍‌ ଗାନ୍ଧୀ

mahabharatanews

ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ

mahabharatanews