ଭାରତ

ଯାତ୍ରୀବାହୀ ବସକୁ ଅଟକାଇଲା ଜଙ୍ଗଲୀ ହାତୀ

(ରାୟଗଡା) : ଘରୋଇ ଯାତ୍ରୀବାହୀ ବସକୁ ଅଟକାଇଲା ଜଙ୍ଗଲୀ ହାତୀ। ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ନିକଟ ରାୟଗଡ଼ାରୁ ପାର୍ବତୀପୁରମକୁ ଯାତାୟାତ କରୁଥିବା ଏକ ଘରୋଇ ଯାତ୍ରୀବାହୀ ବସକୁ ଆଜି ଦିନ ପ୍ରାୟ ୧୨.୩୦ ମିନଟ ସମୟରେ ଏକ ହାତୀ ଅଟକାଇବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।

ସୂଚନାନୁଯାୟୀ ,ଆନ୍ଧ୍ର ଓଡିଶା ସୀମାନ୍ତରେ ଜଂଗଲ ରହିଥିବା ବେଳେ ହାତୀପଲ ବିଭିନ୍ନ ସମୟରେ ଓଡିଶାରୁ ଆନ୍ଧ୍ର ଏବଂ ଆନ୍ଧ୍ରରୁ ଓଡିଶା ମୁହାଁ ହୋଇଥାନ୍ତି। ଗାଁ ନିକଟରେ ଜଂଗଲ ରହିଥିବା ଯୋଗୁଁ ବହୁ ସମୟରେ ଏହି ଗାଁକୁ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଚାଲି ଆସନ୍ତି। ଏପରିକି ହାତୀକୁ ଘଉଡାଇବାକୁ ଯିବା ବେଳେ କିଛି ଲୋକଙ୍କ ଉପରେ ହାତୀ ଆକ୍ରମଣ କରିଥିଲା। କିନ୍ତୁ କୌଣସି ଲୋକର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି।

Related posts

ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୫ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କର

mahabharatanews

ନିଜ ରାୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ

mahabharatanews

ବିହାର ନିର୍ବାଚନରେ ଏନଡିଏ ବିପୁଳ ବିଜୟ ପରେ ଏବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା

mahabharatanews