ଭାରତ

ପୁଣି ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ

(ଦିଲ୍ଲୀ) : ପୁଣି ସପ୍ଟ ଲ୍ୟାଣ୍ଡିଂ କଲା ବିକ୍ରମ । ଚନ୍ଦ୍ରର ଦକ୍ଷିଣ ଭାଗରେ ପହଞ୍ଚିଥିବା ଚନ୍ଦ୍ରଯାନ-୩ କୁ ୧୨ ଦିନ ହେଇ ଗଲାଣି । ଆଉ ଏହାର ପ୍ରଜ୍ଞାନ ରୋଭର ସ୍ଲିପମୋଡକୁ ଚାଲି ଯାଇଛି । ତେବେ ISRO ତଥାପି ଚନ୍ଦ୍ର ଉପରେ ଅନେକ ପ୍ରକାରର ପରୀକ୍ଷଣ କରୁଛି । ସଫ୍ଟ ଲ୍ୟାଣ୍ଡିଂ ସୋମବାର ପୁଣି କରାଯାଇଛି ।

ଏନେଇ ISRO କହିଛି ଯେ ଭବିଷ୍ୟତ ମିଶନ ପାଇଁ ଏହି ପ୍ରକାର ପରୀକ୍ଷଣ କରିବା ଆବଶ୍ୟକ ଥିଲା । ଆରପାରିରେ ଚନ୍ଦ୍ରଯାନ-୩’ ଲଞ୍ଚ୍‌ ବେଳେ ‘କାଉଣ୍ଟଡାଉନ୍‌’ କରିଥିବା ବୈଜ୍ଞାନିକ ଭଲରମଥି ISRO ସୋମବାର ଏକ୍ସ (ଟୁଇ) କରିଛି ଯେଉଁଥିରେ ଏହି ସମଗ୍ର ପରୀକ୍ଷଣ ବିଷୟରେ ସୂଚନା ଦିଆଯାଇଛି ।  ଗତ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୦୪ ମିନିଟରେ ଚନ୍ଦ୍ରରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ସବୁ ଆଡେ଼ ଖୁସର ମାହୋଲ ଖେଲି ଯାଇଥିଲା । ତିନି ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ ହୋଇଛି ।

Related posts

ଦିଗପହଣ୍ଡି ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଆସୁଛନ୍ତି ରାଷ୍ଟ୍ରପତି, ବ୍ୟବସ୍ଥାର ଅନୁଧ୍ୟାନ କଲେ ୫ଟି ସଚିବ

mahabharatanews

ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ଚିଠି ଜାରି କଲେ ପୂର୍ବତନ ବିଚାରପତି

mahabharatanews