ଓଡିଶା

ସ୍କୁଲ କ୍ୟାମ୍ପସରେ ହାତୀ

(ବାରିପଦା) : ସ୍କୁଲରେ ପଶିଲା ହାତୀ । ବାରିପଦାର ଏମକେସି ହାଇସ୍କୁଲ ପରିସରରେ ଦନ୍ତା ହାତୀ ପଶି ଆତଙ୍କ ଖେଳାଇଛି । ଫଳରେ ସ୍ଥାନୀୟ ଲୋକ ସ୍କୁଲ କ୍ୟାମ୍ପସରେ ଥିବା ହଷ୍ଟେଲ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଉଭୟ ବନ ବିଭାଗ ଏବଂ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ହାତୀଟିକୁ ବାହାରକୁ ଆଣିବାକୁ ଉଦ୍ୟମ କରିଥିଲା ।

ସୂଚନାନୁଯାୟୀ , ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। । ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ କରୁଛି ନାକେଦମ୍ । ବନ ବିଭାଗ ହାତୀଟି ଟ୍ରାଙ୍କୁଲାଇଜ କରିବା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ । ଭିଡ ଏହି ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ ବନବିଭାଗ ପକ୍ଷରୁ ନିବେଦନ କରାଯାଇଛି । ହାତୀ ସ୍କୁଲ କ୍ୟାମ୍ପସରୁ ବାହାରି ଵାରିପଦା ସହର ଭିତରେ ପଶୁଥିବା ବେଳେ ବନବିଭାଗ ବୁଢାବଳଙ୍ଗ ନଦୀ ଆଡ଼କୁ ହାତୀକୁ ଘଉଡାଇ ଦେଇଛି । ହାତୀକୁ ଶିମିଳିପାଳ ଜଙ୍ଗଲକୁ ଯିବା ରାସ୍ତାକୁ ନେବାକୁ ପ୍ରୟାସ କରାଯାଉଛି । ବନ ବିଭାଗ ପକ୍ଷରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ହାତୀଟିକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଥିଲେ । ପରେ ହାତୀଟି ସ୍କୁଲ ପରିସରରୁ ବାହାରି ଆସି ରାସ୍ତାରେ ଦୌଡ଼ିବାରେ ଲାଗିଛି ।

Related posts

ବିଶ୍ୱରେ ଭାଇରଲ ହେଇଥିବା କିଲି ପଲଙ୍କୁ ମରଣାତ୍ମକ ଆକ୍ରମଣ

mahabharatanews

୧୬ ଦିନ ମହିଳାଙ୍କୁ ମା’ବିମଳା ମନ୍ଦିର ମନା

mahabharatanews

୧୬ରେ ପ୍ରବଳ ବର୍ଷା ସମ୍ଭାବନା  

mahabharatanews