ଓଡିଶା

ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ

ସମ୍ବଲପୁର: ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଏହି ଦନ୍ତାହାତୀର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ହାତୀବାରି ଓ ମାନେଶ୍ୱର ଷ୍ଟେସନ୍ ମଧ୍ୟସ୍ଥ ଭବାନୀପାଲିରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଟ୍ରେନର ସମ୍ମୁଖ‌ ଇଞ୍ଜିନ୍‌ର ୬ଟି ଚକ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ତେବେ ସୌଭାଗ୍ୟକୁ କାହାରି କିଛି କ୍ଷତି ହୋଇ ନାହିଁ । ଡ୍ରାଇଭର ସମେତ ସମସ୍ତେ ସୁରକ୍ଷିତ ଅଛନ୍ତି ।
ପୁରୀରୁ ୦୨୮୨୭ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ସନ୍ଧ୍ୟା ୭ଟା ୪୫ରେ ସୁରତ ଅଭିମୁଖେ ବାହାରି ଥିଲା । କିନ୍ତୁ ରାତି ୧ଟା ୫୫ରେ ହାତିବାରୀ ଷ୍ଟେସନ ଛାଡ଼ିବା ପରେ ଟ୍ରେନ ଏକ ଦନ୍ତାହାତୀକୁ ଧକ୍କା ଦେଇଥିଲା । ସେହି ରୁଟରେ ହାତୀ ଚଳପ୍ରଚଳ କରୁଥିବାରୁ ଟ୍ରେନଟି ପ୍ରାୟ ଘଣ୍ଟାପ୍ରତି ୫୦କିମି ବେଗରେ ଯାଉଥିବାରୁ ଧକ୍କା ପରେ ସମ୍ମୁଖ ଇଞ୍ଜିନର ୬ଟି ଚକ କେବଳ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ କାହାରି କିଛି କ୍ଷତି ହୋଇନଥିଲା । ଅପରପକ୍ଷରେ ବନ ବିଭାଗ ଓ ରେଳବାଇ ତଦନ୍ତ ଜାରି ରଖିଛନ୍ତି । ସମ୍ବଲପୁର ଡିଏଫ୍‌ଓଙ୍କ ସହିତ ବନ ବିଭାଗର ଅନ୍ୟ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେହିପରି ତଦନ୍ତ ପାଇଁ ରେଳବାଇ ପକ୍ଷରୁ ୫ ଜଣିଆ ଟିମ୍ ଗଠନ କରାଯାଇଛି।
ଆଜି ସକାଳୁ ଇଞ୍ଜିନ୍‌କୁ ଟ୍ରାକ୍‌କୁ ଅଣାଯାଇ ଟ୍ରାକ୍‌ କ୍ଲିୟରାନ୍ସ ଅନୁମତି ମିଳିବା ପରେ ସକାଳ ୭ଟା ୨୪ ମିନିଟ୍‌ରେ ପୁରୀ-ସୁରତ ଏକ୍ସପ୍ରେସ୍ ପୁଣି ଯାତ୍ରା ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, ଗତକାଲି ଏହି ଟ୍ରେନ୍‌ଟି ପୁରୀରୁ ସୁରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ।

Related posts

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୪୦୩କୁ ବୃଦ୍ଧି 

mahabharatanews

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

mahabharatanews

ବେଆଇନ ଭାବେ ଟଲରରେ ମାଛ ଧରୁଥିବାରୁ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି

mahabharatanews