ନିଳଗିରି: ତାମିଲନାଡୁର ଏକ ଗାଁରେ ପୁଣି ହାତୀ ପ୍ରତି ଦେଖିବାକୁ ମିଳିଛି ବିଭତ୍ସ କାଣ୍ଡ । ତାମିଲନାଡୁର ଏକ ଗାଁରେ ଏକ ୪୦ ବର୍ଷର ବୁଢା ହାତୀକୁ ଜାଳି ହତ୍ୟାକରାଯାଇଛି । ହାତୀକୁ ଘଉଡାଇବାକୁ ଜଣେ ବ୍ୟକ୍ତି ହାତୀ ଉପରକୁ ନିଆଁ ହୁଳା ପକାଇବାରୁ ହାତୀର ଦୟନୀୟ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ତାମିଲନାଡୁର ନିଳଗିରି ଅନ୍ତର୍ଗତ ମସିନଗୁଡି ଗ୍ରାମରେ । ଏହି ଦୃଶ୍ୟ ଭିଡିଓରେ କ୍ୟାପଚର ହୋଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଉସିନଗୁଡି ଗ୍ରାମ ନିକଟକୁ ହାତୀଟି ପଶି ଆସିବା ପରେ ଗ୍ରାମବାସୀ ତାକୁ ଘଉଡାଇବାକୁ ବିଭିନ୍ନ ଉପାୟ କରିଥିଲେ । ହାତୀ ଉପରକୁ ନିଆଁ ହୁଳା କହାଯାଇଥିଲା । ଜଣେ ବ୍ୟକ୍ତି ହାତୀ ଉପରକୁ ଏକ ଟାୟାରରେ ନିଆଁ ଲଗାଇ ଫିଙ୍ଗିଥିଲେ ଓ ଦୁର୍ଭାଗ୍ୟ କୁ ଟାୟାର ହାତୀର କାନରେ ପଶିଯାଇଥିଲା । ନିଆଁ ଧାସରେ ବିକଳ ହୋଇ ହାତୀ ଜଙ୍ଗଲଆଡକୁ ଦୌଡିଥିଲା । ପରେ ବନ ବିଭାଗ ହାତୀକୁ ଗୁରୁତର ଅବସ୍ଥାରେ ପାଇଥିଲେ । ତାର ପିଠି ଓ କାନ ମୂଳ ପୋଡି ଯାଇଥିଲା । ଯନ୍ତ୍ରଣାରେ ହାତୀଟି ଛଟପଟ ହେଉଥିଲା । ବନ ବିଭାଗ ହାତୀକୁ ଟ୍ରାଙ୍କୁଲାଇଜର ଦେଇ ବନବିଭାଗ କ୍ୟାମ୍ପକୁ ଚିକିତ୍ସା ପାଇଁ ଥେପ୍ପାକଡୁ ହାତୀ କ୍ୟାମ୍ପକୁ ନିଆଯାଇଥିଲା । କିନ୍ତୁ ତାର ମୃତ୍ୟୁ ହୋଇଯାଇଥିଲା ।
ଏହି ଘଟଣାରେ ତିନି ଜଣଙ୍କ ନାମରେ ଅଭିଯୋଗ ଦାୟର ହୋଇଛି ଓ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛି ।