ଓଡିଶା

ସାଲିଆ ସାହିରେ ଦନ୍ତା ଆତଙ୍କ

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ   ଭୁବନେଶ୍ୱରରେ ବୁଲିଲା ଦନ୍ତା ହାତୀ । ବିଳମ୍ବିତ ରାତିରେ ସାଲିଆ ସାହିରେ ଦେଖିବା ପାଇଁ ମିଳିଥିଲା ଦନ୍ତା ଆତଙ୍କ । ଯାହାକୁ ନେଇ ବନ ବିଭାଗ ଓ ପୋଲିସ ଚିନ୍ତାରେ । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସାଲିଆ ସାହି ଅଞ୍ଚଳରେ ଦେଖିବା ପାଇଁ ମିଳିଥିଲା ଦନ୍ତା ହାତୀ ଆତଙ୍କ । ଭୟବିତ ହୋଇପଡିଥିଲେ ସ୍ଥାନୀୟ ଲୋକେ ।

ସୂଚନାନୁଯାୟୀ , ଭୁବନେଶ୍ୱର ସାଲିଆ ସାହିରେ ପଶିଆସିଥିଲା ହାତୀ । ଖବର ପାଇ ବନ ବିଭାଗ ହାତୀକୁ ଘୋଉଡାଇବାକୁ ଉଦ୍ୟମ କରିଖିଲା । ବନ ବିଭାଗ ସହ ୨ଟି ପିସିଆର୍ ଭ୍ୟାନ୍ ମଧ୍ୟ ହାତୀକୁ ସହରରୁ ବାହାରୁ ନେବା ପାଇଁ ଉଦ୍ୟମ କରିଥିଲା । ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ ମୈତ୍ରି ବିହାର ଥାନା ଅନ୍ତର୍ଗତ ରାସ୍ତାରେ ଦନ୍ତା ହାତୀ ବୁଲୁଥିବାର ଦେଖିବା ପରେ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲା । ହାତୀକୁ ଟ୍ରାଙ୍କୁଲାଇଜ କରି ସହର ବାହାରକୁ ନେବା ପାଇଁ ନାକେଦମ ହୋଇଥିଲା ବନ ଭିବାଗ ଓ ପୋଲିସ ।

Related posts

ରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା,ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ

mahabharatanews

ପୁରୀର ଏବିଭିପି ଶାଖା ପକ୍ଷରୁ ପ୍ରତିବାଦ ରାଲି

mahabharatanews

ଆଜି ପୁଣି ନିରାଶ ପାଠକ ବାପା ପୁଅ

mahabharatanews