ଓଡିଶା

ସାଧାରଣତନ୍ତ୍ର ଦିବସରେ ଝରୀଗାଁ ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସର ରକ୍ତଦାନ ଶିବିର

77 ତମ ସାଧାରତନ୍ତ୍ର ଦିବସ ଅବସରରେ ଝରୀଗାଁ ଡିଗ୍ରୀକଲେଜ କର୍ତୃପକ୍ଷଙ୍କ ପ୍ରୟାସ କ୍ରମେ, ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଝରୀଗାଁ ଶିକ୍ଷକ ସଙ୍ଘ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ଙ୍କ ସହଯୋଗରେ ଅପରାହ୍ନ ଦୁଇଘଣ୍ଟା ସୁଦ୍ଧା ପାଖାପାଖି 54  ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା, ଡିଗ୍ରୀ କଲେଜର ଏହା ପ୍ରଥମ ଥର ଆୟୋଜିତ କାର୍ଯ୍ୟକ୍ରମ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମକ ଭାବନା ଜାଗ୍ରତ କରିବା  ସମେତ ଯୁବ ବର୍ଗଙ୍କୁ ଏହି ମହତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ଲାଗି ଉତ୍ସାହିତ କରାଯାଇଥିବା ଦେଖିବାକୁ ମିଳିଥିଲା | ଏହି ରକ୍ତଦାନ ଶିବିରରେ ପ୍ରାୟତଃ ଯୁବକଙ୍କ ତୁଳନାରେ ଅଧିକ ପରିମାଣରେ କଲେଜ ଛାତ୍ରୀ ରକ୍ତ ଦାନ କରିଥିଲେ |

Related posts

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବାରେ ସହାୟକ ହେଉଛି ସର୍ଗିଫୁଲ

mahabharatanews

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

mahabharatanews

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା 

mahabharatanews