ଓଡିଶାପାଣିପାଗ

ରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା,ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: କଲବଲ କଲାଣି ତାତି, ରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା । ଆଜି ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାସୁଗୁଡାରେ ମଧ୍ୟ ୩୭.୨ ଡିଗ୍ରୀ ରେକଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ଚାନ୍ଦବାଲିରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ଓ ସମ୍ବଲପୁରରେ ୩୬ ଡିଗ୍ରୀ, ହୀରାକୁଦରେ ୩୫.୪, କେନ୍ଦୁଝର ଓ ଗୋପାଳପୁରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ଦିନରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ-ଗରମ ବାୟୁ ପ୍ରଭାବରେ ଦିନର ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଶୁଷ୍କ-ଗରମ ବାୟୁ ପ୍ରଭାବରେ ଅଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବ। କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀର ହେବାର ସମ୍ଭାବନା ରହିଛି।

Related posts

ଝାରସୁଗୁଡା ରେଜଲ୍ଟ : ବହୁ ଆଗରେ ବିଜେଡି

mahabharatanews

ରେଳପଥ ଲୋକାର୍ପଣ କଲେ ସାଂସଦ

mahabharatanews

ଡେଙ୍ଗୁ ଆତଙ୍କ : ୧୮୫ ଜଣ ପଜିଟିଭ ଚିହ୍ନଟ

mahabharatanews

Leave a Comment