ଓଡିଶା

 ଥମୁନି ହାତୀପଲଙ୍କ ଉପଦ୍ରବ

(ସୁନ୍ଦରଗଡ଼) : ସୁନ୍ଦରଗଡ଼ରେ  ହାତୀପଲଙ୍କ ଉପଦ୍ରବ ଗତ ୨୨ ତାରିଖରୁ ଲାଗିରହିଛି। ହାତୀପଲଙ୍କ ଉପଦ୍ରବ ଯୋଗୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନବିଭାଗ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଯେତେ ଚେଷ୍ଟାକଲେ ମଧ୍ୟ ହାତୀ ଅଂଚଳ ଛାଡ଼ି ଯାଉନାହିଁ। ଏହାର ପ୍ରତିବାଦ କରି ତେଲିଯୋର, ମହୁଲଗାଁ ଗ୍ରାମବାସୀ ଆଜି ରାସ୍ତାରୋକ କରିଥିଲେ। ପରେ ବନ ଅଧିକାରୀ ପହଞ୍ଚି ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଗ୍ରାମବାସୀ ହଟିଥିଲେ।

ସୂଚନାନୁଯାୟୀ , ତେଲିଯୋର, ମହୁଲଗାଁ ନିକଟରେ ସିରମୁଣ୍ଡା ଜଙ୍ଗଲରେ ହାତୀ ଅଛି। ସେଠାରେ ଖାଇବା, ରହିବା, ପାଣିର ସବୁ ଭରପୁର ଥିବାରୁ ରାତିରେ ଘର ଭାଙ୍ଗି ଧାନ ଚାଉଳ ସହ ଘରୋଇ ଉପକରଣ ମାଡ଼ି ଦଳି ସର୍ବନାଶ କରି ଦେଇଥିବାବେଳେ ସକାଳରେ ପୁଣି ସେହି ଜଙ୍ଗଲରେ ରହିଯାଉଛି।

Related posts

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ବିଜେଡିରେ ସାଲିସକାରୀଙ୍କୁ ଦିଆଯାଉଛି ପ୍ରାଧାନ୍ୟ

mahabharatanews

ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି

mahabharatanews