Uncategorized

ଏଣିକି ଆମେରିକା ବିଦେଶୀଙ୍କ ପାଇଁ ମନା

ୱାଶିଂଟନ: ମହାମାରୀ କରୋନାରେ ସର୍ବଶକ୍ତିଶାଳୀ ଦେଶ ଆମେରିକାର ସ୍ଥିତି ଖରାପ ହେବାରେ ଲାଗିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଆମେରିକାରେ କୌଣସି ବିଦେଶୀ ନାଗରିକ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହି ଲଢ଼େଇ ସହ ଆମେରିକା ନାଗରିକଙ୍କ ନିଯୁକ୍ତି କଥା ମଧ୍ୟ ଚିନ୍ତା କରିବାକୁ ହେବ। ତେଣୁ ଆମେରିକାରେ ପ୍ରବେଶ ପାଇଁ ଆବଶ୍ୟକ ଇମିଗ୍ରେସନ ଭିସାକୁ ଅସ୍ଥାୟୀ ଭାବେ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଶୀଘ୍ର ଏକ ଏଜ୍‌କ୍ୟୁଟିଭ ଅର୍ଡ଼ରରେ ଦସ୍ତଖତ କରିବି। ଏହାଦ୍ୱାରେ ଆମେରିକାରେ ବାହାର ଲୋକମାନେ ଅବସ୍ଥାନ କରିପାରିବେ ନାହିଁ।”

ଏହି ନିର୍ଦ୍ଦେଶନାମାର ଅର୍ଥ ଏହି ଆଦେଶ ବଳବତ୍ତର ଥିବା ଯାଏଁ ବାହାର ଦେଶର ନାଗରିକମାନେ ଆମେରିକାର ନାଗରିକତା ପାଇପାରିବେ ନାହିଁ କିମ୍ବା ଏଥିପାଇଁ ଆବେଦନ କରିପାରିବେ ନାହିଁ। ଆମେରିକାରେ ଚାକିରି ଓ ବ୍ୟବସାୟ କରିବା ପାଇଁ ଅନେକ ଲୋକ ଯାଇଥାଆନ୍ତି। କିଛି ବର୍ଷ ସେଠାରେ ରହିବା ପରେ ସେମାନେ ଆମେରିକାର ନାଗରିକତ୍ୱ ଗ୍ରହଣ କରିନିଅନ୍ତି। ବିଶେଷ କରି ୟୁରୋପରୁ ନାଗରିକମାନେ ଆମେରିକାକୁ ଯାଇଥାଆନ୍ତି। ଭାରତ ଓ ଅନ୍ୟ ଏସିଆୟୀ ଦେଶରୁ ବି ଲୋକମାନେ ବହୁ ସଂଖ୍ୟାରେ ଆମେରିକାରେ କାମ କରିବାକୁ ଯାଉଛନ୍ତି। କିନ୍ତୁ ଏବେ ଟ୍ରମ୍ପ ସମସ୍ତ ପ୍ରକାରର ଇମିଗ୍ରେସନ ଉପରେ ରୋକ ଲଗାଇ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ଆମେରିକାର ସ୍ଥିତି ବିଗିଡି ଯାଇଛି । ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । କରୋନାରେ ୪୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ପ୍ରାୟ ୨୨ ନିୟୁତ ଆମେରିକା ନାଗରିକ ବେକାରୀ ପାଇଁ ଆବେଦନ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ବଢ଼ୁଥିବାରୁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Related posts

ୟୁକ୍ରେନ ବିମାନ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି: ରୁହାନୀ

mahabharatanews

ଲକଡାଉନ ସମୟର ଆବଶ୍ୟକତା: ସ୍ୱରାଷ୍ଟ୍ରମନ୍ତ୍ରୀ

mahabharatanews

ଋତୁସ୍ରାବ ସୃଷ୍ଟିକରେ କ୍ୟାନସର!

mahabharatanews